ପ୍ରାକୃତିକ ଗ୍ୟାସ ଉତ୍ପାଦନକାରୀ ଏବଂ ଉପଭୋକ୍ତା ରାଷ୍ଟ୍ର ମାନଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରାଯାଉ – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର,  – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଚଳିତବର୍ଷ ମ୍ୟାଲେସିଆ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଯାଇଥିବା “ସପ୍ତମ ଆଇଇଏଫ-ଆଇଜିୟୁ ମନ୍ତ୍ରୀସ୍ତରୀୟ ଗ୍ୟାସ ଫୋରମ”ରେ ସାମିଲ ହୋଇ ପ୍ରାକୃତିକ ଗ୍ୟାସକୁ ପ୍ରୋତ୍ସାହନ ଦେବା ସହିତ ଉଭୟ ପ୍ରାକୃତିକ ଗ୍ୟାସ ଉତ୍ପାଦନକାରୀ ଏବଂ ଉପଭୋକ୍ତା ରାଷ୍ଟ୍ର ମାନଙ୍କ ମଧ୍ୟରେ ଅଧିକ ସମନ୍ୱୟ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନ କୋଭିଡ୍ ମହାମାରୀର ସଂକଟ ପରେ ଆସିଥିବା ସୁଯୋଗକୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି । ଏହାକୁ ଆଧାର କରି ପ୍ରାକୃତିକ ଗ୍ୟାସ ଉତ୍ପାଦନକାରୀ ଏବଂ ଉପଭୋକ୍ତା ରାଷ୍ଟ୍ର ମାନଙ୍କ ମଧ୍ୟରେ ଅଧିକ ସମନ୍ୱୟ ବୃଦ୍ଧି କରିବା ଦରକାର । ଫଳରେ ସମଗ୍ର ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । ତେଣୁ ଏକ ସୁସ୍ଥ ଓ ସ୍ଥାୟୀ ସମାଜ ଗଠନ ନିମନ୍ତେ ପ୍ରାକୃତିକ ଗ୍ୟାସର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରିବା ପାଇଁ ମିଳିତ ଭାବରେ ଆଗେଇ ଆସିବା ନେଇ ଶ୍ରୀ ପ୍ରଧାନ ଏହି ମନ୍ତ୍ରୀସ୍ତରୀୟ ଗ୍ୟାସ ଫୋରମରେ ଗୁରୁତ୍ୱାରୋପ କରିଥିଲେ ।
ସେହିପରି ଗୁଜୁରାଟ ମଡେଲକୁ କେସ୍ ଷ୍ଟଡି ଭାବରେ ବ୍ୟବହାର କରାଯିବା ଖୁସିର ବିଷୟ । ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଭାରତ ସରକାର ସାରା ଦେଶରେ ଗୁଜୁରାଟ ମଡେଲକୁ ଅନୁସରଣ କରୁଛନ୍ତି । ଜାତୀୟ ସ୍ତରରେ ପ୍ରାଥମିକ ଉର୍ଜା ମିଶ୍ରଣରେ ୬.୩ ପ୍ରତିଶତ ପ୍ରାକୃତିକ ଗ୍ୟାସର ୨୫ ପ୍ରତିଶତ ସେୟାର ସହିତ ଗୁଜୁରାଟ ଏକ ଉଦାହରଣ ସୃଷ୍ଟି କରିପାରିଛି ବୋଲି ସେ କହିଛନ୍ତି ।
ଉଲ୍ଲେଖନୀୟ ଯେ, ଏହି ଅବସରରେ ଶ୍ରୀ ପ୍ରଧାନ ତୈଳ ବଜାରରୁ ଏଲଏନଜି ବଜାରକୁ ପୃଥକ ରଖିବା, ବିଶ୍ୱ ଏଲଏନଜି ଚାହିଦାକୁ ଅଭିବୃଦ୍ଧି କରିବା ନିମନ୍ତେ ଥିବା ସମସ୍ୟାର ସମାଧାନ କରିବା ଉପରେ ନିଜର ମତ ରଖିଥିଲେ ।


Share It

Comments are closed.