ଆତ୍ମନିର୍ଭର ଭାରତ ଅଭିଯାନରେ ସହଯୋଗୀ ହେବାକୁ ଆମେରିକୀୟ କମ୍ପାନୀଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର,ସେପ୍େଟମ୍ବର ୦୩ – ଆମେରିକା – ଭାରତ ସାମରିକ ଭାଗିଦାରୀ ଫୋରମ (ୟୁଏସଆଇଏସପିଏଫ୍‌)ର ତୃତୀୟ ବାର୍ଷିକ ନେତୃତ୍ୱ ଶିଖର ସମ୍ମିଳନୀରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆତ୍ମନିର୍ଭର ଭାରତ ଅଭିଯାନରେ ସହଯୋଗୀ ହେବାକୁ ଆମେରିକୀୟ କମ୍ପାନୀ ଗୁଡ଼ିକୁ ନିମନ୍ତ୍ରଣ କରିଛନ୍ତି ।
‘ନୂଆ ଆହ୍ୱାନକୁ ସାମ୍ନା କରିବା’ ଥିମ ଉପରେ ଆୟୋଜିତ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଅଭିଯାନ କୋଭିଡ୍‌-୧୯ର ଆହ୍ୱାନକୁ ସୁଯୋଗରେ ପରିଣତ କରିବ । ଘରୋଇ ଉତ୍ପାଦନ ଓ ବ୍ୟବହାରକୁ ବୈଶ୍ୱିକ ଯୋଗାଣ ଶୃଙ୍ଖଳା ସହ ଯୋଡ଼ିବା ଏବଂ ଏକବିଂଶ ଶତାବ୍ଦୀରେ ଭାରତକୁ ଉତ୍ପାଦନ କ୍ଷେତ୍ରରେ ପେଣ୍ଠସ୍ଥଳି କରିବାର ଲକ୍ଷ୍ୟ ରଖାଯାଇଛି ।
ଦେଶର ବିକାଶ କ୍ଷେତ୍ରରେ ଉର୍ଜା ଭିତ୍ତିଭୂମିର ଭୂମିକା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ପ୍ରଧାନ ଆମେରିକୀୟ ଶିଳ୍ପପତି ମାନଙ୍କୁ ଭାରତରେ ଉର୍ଜା କ୍ଷେତ୍ରରେ ସୁଯୋଗର ଲାଭ ନେବା ପାଇଁ ନିମନ୍ତ୍ରଣ କରିଛନ୍ତି । କୋଭିଡ-୧୯ର ବୈଶ୍ୱିକ ଅର୍ଥନୀତି ଓ ଉର୍ଜା ଚାହିଦା ଉପରେ ପ୍ରଭାବ ସମ୍ପର୍କରେ ସେ କହିଛନ୍ତି ଭାରତର ଅର୍ଥନୈତିକ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି ଏବଂ ଖୁବ ଶୀଘ୍ର ଉର୍ଜାର ବ୍ୟବହାର କୋଭିଡର ପୂର୍ବ ସ୍ଥିତିରେ ପହଞ୍ଚିବ ।
ଶ୍ରୀ ପ୍ରଧାନ କହିଛନ୍ତି ଭାରତ ଏବଂ ଆମେରିକା ପରସ୍ପର ସହଯୋଗୀ ଭାବେ କାମ କରୁଛନ୍ତି । ବିଶ୍ୱ ଉର୍ଜା ବଜାରିକରଣ ଏବଂ ଏ ସମ୍ପନ୍ଧୀୟ କାର୍ଯ୍ୟରେ ଆମେରିକା ଭାରତ କାମ କରୁଛନ୍ତି । ଅପରପକ୍ଷରେ ଗୋଟିଏ ଦେଶ, ଗୋଟିଏ ଗ୍ୟାସ ଗ୍ରୀଡ ଦେଶରେ ଗ୍ୟାସ କ୍ଷେତ୍ରକୁ ବୃଦ୍ଧି କରିବାରେ ସହାୟକ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।


Share It

Comments are closed.