୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା


ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟାଙ୍କ ବିବାହ ବିଚ୍ଛେଦ। ଦୀର୍ଘ ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ଏହି ଷ୍ଟାର ଦମ୍ପତ୍ତି। ନିକଟରେ ସାଉଥ୍ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି ସାମନ୍ଥା ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ଘଟିଥିବା ବେଳେ ଏବେ ଏହି ଷ୍ଟାର ଦମ୍ପତ୍ତିଙ୍କ ଛାଡ଼ପତ୍ର ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଉଭୟ ଐଶ୍ଵର୍ଯ୍ୟା ଏବଂ ଧନୁଷ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ଦୁହେଁ ଏକ ନୋଟ୍ ସେୟାର କରିଛନ୍ତି। ଯେଉଁଥିରେ ଏକାଭଳି କଥା ଲେଖାହୋଇଛି।

ଧନୁଷ୍ ଟ୍ଵିଟ୍ କରି ଲେଖିଛନ୍ତି ଯେ, ବନ୍ଧୁ ରୂପରେ, ଜୀବନ ସାଥୀ ରୂପରେ, ମାତା-ପିତା ରୂପରେ ଏବଂ ଜଣେ ଅନ୍ୟ ଜଣଙ୍କର ଶୁଭଚିନ୍ତକ ରୂପରେ ଆମେ ୧୮ ବର୍ଷ ଏକା ସାଙ୍ଗରେ ସମୟ ଅତିବାହିତ କରିଛୁ। ଏହା ବୁଝାମଣା, ଅଭିବୃଦ୍ଧି, ସମଯୋଜନା ଏବଂ ଅନୁକୂଳନର ଯାତ୍ରା। ଆଜି ଆମେ ଏପରି ଏକ ସ୍ଥାନରେ ଛିଡା ହୋଇଛୁ ଯେଉଁଠାରେ ଆମର ରାସ୍ତା ଅଲଗା ହୋଇଯାଇଛି। ଐଶ୍ୱର୍ଯ୍ୟା ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ ଏବଂ ନିଜକୁ ବ୍ୟକ୍ତିଗତ ଭାବରେ ଭଲ ଭାବରେ ବୁଝିବା ପାଇଁ ସମୟ ନେଉଛୁ। ତେଣୁ ଆମର ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ ଏବଂ ଏହାର ମୁକାବିଲା ପାଇଁ ଆମକୁ ଆବଶ୍ୟକୀୟ ଗୋପନୀୟତା ଦିଅନ୍ତୁ। ଓମ୍ ନମଃ ଶିବାୟ! ‘
ସୂଚନା ଥାଉକି, ଧନୁଷ ନଭେମ୍ଵର ୧୮ ୨୦୦୪ରେ ଅଭିନେତା ରଜନୀକାନ୍ତଙ୍କ ଝିଅ ଐଶ୍ଵର୍ଯ୍ୟାଙ୍କୁ ବିବାହ କରିଥିଲେ। ଯେତେବେଳେ ଧନୁଷଙ୍କ ବିବାହ ହୋଇଥିଲା ସେତେବେଳେ ସେ ୨୩ ବର୍ଷର ହୋଇଥିଲେ। ଐଶ୍ଵର୍ଯ୍ୟା ଓ ଧନୁଷଙ୍କ ଦେଖାସାକ୍ଷାତ ଏକ ଫିଲ୍ମ ସୁଟିଂ ସେଟ୍‌ରେ ହୋଇଥିଲା। ଧନୁଷ ଓ ଐଶ୍ଵର୍ଯ୍ୟାଙ୍କ ଦୁଇଟି ସନ୍ତାନ ରହିଛି। ଉଭୟଙ୍କ ନାମ ଯତ୍ର ଏବଂ ଲିଙ୍ଗା।


Share It

Comments are closed.