ମୁଁ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ପୂର୍ଣ୍ଣ ସମର୍ଥନ ଜଣାଇବି : ଦେବଗୌଡ


୨୦୧୯ରେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ପୂର୍ଣ୍ଣ ସମର୍ଥନ ଜଣାଇବେ ବୋଲି ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ ସ୍ପଷ୍ଟ ସୂଚନା ଦେଇଛନ୍ତି । ଦେବଗୌଡ କହିଛନ୍ତି ଯେ, କଂଗ୍ରେସର ବିନା ସମର୍ଥନରେ ଏକେଲା କୌଣସି କ୍ଷେତ୍ରୀୟ ଦଳ ପ୍ରଧାନମନ୍ତ୍ରୀ ପ୍ରର୍ଥୀ ଚୟନ କରିପାରିବେ ନାହିଁ । ସେ ୨୦୧୯ରେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ପୂର୍ଣ୍ଣ ସମର୍ଥନ ଜଣାଇବେ ।
ଦେବଗୌଡ କହିଛନ୍ତି ଯେ, “୨୦୧୯ ଲୋକସଭା ନିର୍ବାଚନରେ ଦେଶର କୌଣସି କ୍ଷେତ୍ରୀୟ ଦଳ ରାହୁଲ ଗାନ୍ଧୀଙ୍କୁ ଛାଡି, କୌଣସି ପ୍ରାର୍ଥୀଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଚୟନ କରିପାରିବେ ନାହିଁ । ଏଥି ପାଇଁ କଂଗ୍ରେସର ନିଷ୍ପତି ଶେଷ ନିଷ୍ପତି ହେବ । ”
ସେ ସାମ୍ବାଦିକ ମାନଙ୍କୁ ଏହି ସଂପର୍କରେ ସ୍ପଷ୍ଟ ସୂଚନା ମଧ୍ୟ ଦେଇଛନ୍ତି । ଏହି ସଂକ୍ରାନ୍ତରରେ ପୂର୍ବରୁ କଂଗ୍ରେସ ବରିଷ୍ଠ ନେତା ପି. ଚିଦାମ୍ବରମ କହିଥିଲେ ଯେ, କଂଗ୍ରେସ ବର୍ତ୍ତମାନ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚୟନ କରି ନାହିଁ । ପୂର୍ବରୁ ଚିଦାମ୍ବରମଙ୍କ ବୟାନ ଏବଂ ବର୍ତ୍ତମାନ ଦେବଗୌଡଙ୍କ ଏହି ମନ୍ତବ୍ୟ ଶୁଣିଲା ପରେ ସ୍ପଷ୍ଟ ରୂପେ ବାରି ହେଉ ଯାଉଛି ଯେ, ରାହୁଲ କଂଗ୍ରେସର ଅଧ୍ୟକ୍ଷ ହେଲେ ମଧ୍ୟ ତାଙ୍କୁ ମଧ୍ୟ ଦଳ ଭିତରେ ବିରୋଧ କରାଯାଉଛି ଏବଂ ୨୦୧୯ ଲୋକସଭା ନିର୍ବାଚନ ଜିତିବା ରାହୁଲଙ୍କ ପାଇଁ ଏତେ ସହଜ ହେବ ନାହିଁ ।


Share It

Comments are closed.