ଏନଭି ପର୍ଫ୍ୟୁମ୍ ଆଣୁଛି ଅଟୋ ପଚ୍ ଜ୍ଞାନକୌଶଳଯୁକ୍ତ ଗ୍ୟାସ୍ ଡିଓଡ୍ରାଣ୍ଟ


ଅଗ୍ରଣୀ ପର୍ଫ୍ୟୁମ୍ ବ୍ରାଣ୍ଡ ଏନଭି ପକ୍ଷରୁ ଏକ ନୂତନ ଶ୍ରେଣୀର ପର୍ଫ୍ୟୁମର ଶୁଭାରମ୍ଭ କରାଯାଉଛି । ଏହା ଏନଭି ପର୍ଫ୍ୟୁମ୍ର ଏକ ନୂତନ ଉଦ୍ଭାବନ, ଯାହା ଗ୍ରାହକମାନଙ୍କୁ ସନ୍ତୋଷ ପ୍ରଦାନ କରିପାରିବ । ଏଥିରେ ରହିଛି ଅଟୋ ପଚ୍ ଜ୍ଞାନ କୌଶଳ, ଯେଉଁଥିରେ ଆବଶ୍ୟକ ପରିମାଣର ଡିଓଡ୍ରାଣ୍ଟ ସ୍ପ୍ରେ ହୋଇଥାଏ । ଏହି ପର୍ଫ୍ୟୁମ୍ ଅଧିକ ପରିମାଣର ଡିଓଡ୍ରାଣ୍ଟ ସ୍ପ୍ରେ ହେବାକୁ ଦେଇ ନଥାଏ ଓ ଏହା ୧୦୦୦ଟି ସ୍ପ୍ରେର ଗ୍ୟାରେଣ୍ଟି ପ୍ରଦାନ କରୁଛି । ଉକ୍ତ ଡିଓଡ୍ରାଣ୍ଟ ଏହାର ସୁଗନ୍ଧକୁ ଦୀର୍ଘ ସମୟ ରଖି ବ୍ୟବହାରକାରୀଙ୍କୁ ଅପୂର୍ବ ଆନନ୍ଦ ପ୍ରଦାନ କରିବ ।
ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ସୌର ଗୁପ୍ତା, ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧରକାରୀ, ଭାନେସା କେୟାର୍ ପ୍ରକାଶ କରିଛନ୍ତି ଯେ, “ଆମେ ଗତ ତିନି ବର୍ଷ ଧରି ଏଥିପାଇଁ ଗବେଷଣା ଚଳାଇଆସୁଛୁ, ଯାହା ବର୍ତ୍ତମାନ ଏହାକୁ ବାସ୍ତବତାରେ ପରିଣତ କରିଛି । ଏହି ବୈପ୍ଳବିକ ଜ୍ଞାନକୌଶଳ ଆମର ଅକ୍ଳାନ୍ତ ପ୍ରଚେଷ୍ଟାର ଫଳାଫଳ, ଯାହା ଗ୍ୟାସ୍ ଡିଓଡ୍ରାଣ୍ଟ ମାନଙ୍କରେ ସମ୍ଭବପର ହୋଇପାରିଛି ।”


Share It

Comments are closed.