ଦିଲ୍ଲୀ ଯମୁନା ନଦୀରେ ବିଷାକ୍ତ ଫେଣ, ଭାଇରାଲ ହେଉଛି ଭିଡିଓ


ଦିଲ୍ଲୀରେ ଲଗାତାର ଭାବରେ ବଢିବାରେ ଲାଗିଛି ପ୍ରଦୂଷଣ। ଏହା ଭିତରେ ଯମୁନା ନଦୀରେ ବିଷାକ୍ତ ଫେଣ ଦେଖିବାକୁ ମିଳିଛି। ଦିଲ୍ଲୀର କାଳନ୍ଦୀ କୁଞ୍ଚ ଅଞ୍ଚଳ ପାଖରେ ଯମୁନା ନଦୀରେ ବହୁ ପରିମାଣରେ ଫେଣ ବୋହୁଥିବାର ଦେଖିବାକୁ ମିଳିଛି। ଫେଣର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଡିଟରଜେଣ୍ଟକୁ ଏହି ପ୍ରଦୂଷଣର ବଡ କାରଣ ବୋଲି କୁହାଯାଉଛି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିସିବି)ର ଜଣେ ଅଧିକାରୀ ଏହି ଫେଣ ବିଷୟରେ କହିଛନ୍ତି, ଦେଶରେ ଅଧିକାଂଶ ଡିଟରଜେଣ୍ଟ ପାଖରେ ଆଇଏସଓ(ଅନ୍ତର୍ଜାତୀୟ ମାନକିକରଣ ସଂଗଠନ)ର ପ୍ରମାଣପତ୍ର ନୁହେଁ,ଯାହାଦ୍ୱାରା ଏହି ରାସାୟନିକ ପଦାର୍ଥ ଫସଫେଟ୍‌ର ମାତ୍ରା ଧାର୍ଯ୍ୟ କରିଥାଏ। ଅଧିକାରୀଙ୍କ କହିବା ଅନୁସାରେ, ବିଷାକ୍ତ ଫେଣ ତିଆରି ହେବା ପଛରେ ପ୍ରାଥମିକ କାରଣ ରଙ୍ଗ ଉଦ୍ୟୋଗ, ଧୋବି ଘାଟ ଓ ପାରିବାରିକ ଉପଯୋଗ ପାଇଁ ଅଣାଯାଉଥିବା ଡିଟରଜେଣ୍ଟ କାରଣରୁ ପାଣିରେ ଫସଫେଟର ମାତ୍ରା ରହିଛି। ସେ କହିଛନ୍ତି, ପରିବାର ଏକ ରଙ୍ଗ ଉଦ୍ୟୋଗରେ ବହୁ ସଂଖ୍ୟାରେ ବିନା ବ୍ରାଣ୍ଡର ଡିଟରଜେଣ୍ଟର ବ୍ୟବହାର କରାଯାଉଛି। ଉଚ୍ଚ ପରିମାଣରେ ଫସଫେଟ୍ ଥିବା ଅପଶିଷ୍ଟ ଜଳ ଅଶୋଧିତ ନାଳ ଜରିଆରେ ନଦୀରେ ପହଁଞ୍ଚିଥାଏ। ଅଧିକାରୀଙ୍କ ଅନୁସାରେ, ଯେତେବେଳେ ନଦୀ ସାଧାରଣ ଢଙ୍ଗରେ ବୋହିଥାଏ ସେତେବେଳେ ଡିଟର୍ଜେଣ୍ଟ ଓ ଅନ୍ୟ ଅର୍ଗାନିକ ପଦାର୍ଥ ନଦୀ ତଳରେ ଜମା ହୋଇଯାଇଥାଏ। ଯେତେବେଳେ ଅଧିକ ପାଣି ଛଡାଯାଇଥାଏ ତେବେ ଓଖଲା ବ୍ୟାରେଜରେ ପହଁଞ୍ଚି ସେଠାର ଉଚ୍ଚତାରୁ ପଡିଥାଏ ଓ ଫଳସ୍ୱରୁପ ତାହା ଫେଣ ପାଲଟି ଯାଇଥାଏ। ନିକଟରେ ଦିଲ୍ଲୀ ଜଳବୋର୍ଡର ଅଧ୍ୟକ୍ଷ ରାଘବ ଚଢା କହିଥିଲେ, ଯମୁନା ନଦୀରେ ଆର୍ମେନିଆର ସ୍ତର ବଢିଯାଇଥିଲା, ଯେଉଁ କାରଣରୁ ପାଣିର ସପ୍ଲାଇରେ ମଧ୍ୟ ଅସୁବିଧା ହୋଇପାରେ।


Share It

Comments are closed.