ଆସନ୍ତାକାଲି ଠାରୁ ଦିଲ୍ଲୀରେ ପୁଣି ବନ୍ଦ ହେବ ସ୍କୁଲ


ଦିଲ୍ଲୀରେ ପୁଣି ବନ୍ଦ ହେବ ସ୍କୁଲ୍। ଆସନ୍ତାକାଲି ଠାରୁ ରାଜଧାନୀରେ ସମସ୍ତ ସ୍କୁଲ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର। ଏଥର ଆଉ ୧୫ ଦିନ ପାଇଁ ନୁହେଁ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ କରାଯିବ। ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ଯାଏ ସମସ୍ତ ସ୍କୁଲ ଖୋଲାଯିବ ନାହିଁ। ଆଜି ଏସମ୍ପର୍କିତ ମାମଲାରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ସମାଲୋଚନା ପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।

ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଲ ରାୟ ସ୍କୁଲ୍ ବନ୍ଦ ହେବା ନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ” ଆସନ୍ତାକାଲି ଠାରୁ ଦିଲ୍ଲୀର ସମସ୍ତ ସ୍କୁଲ୍ ବନ୍ଦ ରହିବ। ସହରର ପ୍ରଦୂଷ ମାତ୍ର ନିମ୍ନସ୍ତରରେ ଥିବାରୁ ପରବର୍ତ୍ତି ନିର୍ଦ୍ଦେଶ ନ ଆସିବ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ।”

ତେବେ ଏହା ପୂର୍ବରୁ ସ୍କୁଲ୍‌ ଖୋଲିବା ନେଇ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିଥିଲେ ସୁପ୍ରିମକୋର୍ଟ। ବାୟୁ ପ୍ରଦୂଷଣ ଖରାପ ସ୍ଥିତିରେ ରହିଥିବା ସତ୍ତ୍ୱେ କାହିଁକି ସ୍କୁଲ୍ ଖୋଲାଯାଇଛି ବୋଲି କହି ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ। ଏହାର ଉତ୍ତର ରଖି ଦିଲ୍ଲୀ ସରକାର କହିଛନ୍ତି ଯେ ପ୍ରଦୂଷର ମାତ୍ରାକୁ ଦେଖି ସରକାର ୧୫ ଦିନ ପାଇଁ ସ୍କୁଲ୍, କଲେଜ୍ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରଖିଥିଲେ। ତେବେ ନଭେମ୍ବର ୨୯ ତାରିଖର ପରଠାରୁ ଏହାକୁ ପୁଣିଥରେ ଖୋଲାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମରେ ଦିଲ୍ଲୀ ସରକାର ସ୍କୁଲ୍ ଖୋଲିବା ନେଇ ଅର୍ଡର ପାସ୍ କରିଥିଲେ।


Share It

Comments are closed.