ଆମ ଆଦମୀ ପାର୍ଟିରୁ ଇସ୍ତଫା ଦେଲେ ‘ଅଲକା ଲାମ୍ବା’


ଦିଲ୍ଲୀରେ ବିଧାନସଭା ନିର୍ବାଚନ ନହେବା ପୂର୍ବରୁ ଆମ ଆଦମୀ ପାର୍ଟିକୁ ଏକ ଶକ୍ତ ଝଟକା ଲାଗିଛି । ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ବିଧାୟକ ‘ଅଲକା ଲାମ୍ବା’ ନିଜ ସଦସ୍ୟତା ପଦ ଏବଂ ଦଳରୁ ଇସ୍ତଫା ଦେଇଛନ୍ତି । ଆଜ୍ଞା ହଁ ସେ ଟ୍ୱିଟରରେ ନିଜ ଇସ୍ତଫା ସଂପର୍କରେ ସୂଚନା ଦେବା ସହ ଲେଖିଛନ୍ତି ଯେ, “ମୁଁ ଆମ ଆଦମୀ ପାର୍ଟିର ହାତ ଛାଡି ଦେଇଛି । ଏବଂ ଦଳକୁ ବିଦାୟ କହିବାର ସମୟ ଆସିଯାଇଛି । ଗତ ୬ ବର୍ଷର ଯାତ୍ରା ମୋ ପାଇଁ ଶୁଭଙ୍କର ଥିଲା । ସମସ୍ତଙ୍କୁ ଧନ୍ୟବାଦ ।”


ଗତ କିଛି ଦିନ ହେବ ଅଲକାଙ୍କ ରାଜନୀତି ଗିତିବିଧି ଉପରେ ଯଦି ନଜର ପକାଇବା ତେବେ ସେ ଖୁବ ଶୀଘ୍ର କଂଗ୍ରେସରେ ଯୋଗ ଦେଇ ପାରନ୍ତି କାରଣ ଅଲକା ଗତ କିଛି ଦିନ ତଳେ କଂଗ୍ରେସର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିଥିଲେ । ପ୍ରକାଶ ଥାଉକି, ଆମ ଆଦମୀ ପାର୍ଟିର ବିଦ୍ରୋହୀ ବିଧାୟକ ଅଲକା ଲାମ୍ବା ମଙ୍ଗଳବାର ଦିନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ୧୦ ଜନପଥସ୍ଥିତ ତାଙ୍କ ଆବାସରେ ଯାଇକି ସାକ୍ଷାତ କରିଥିଲେ । ଯାହା ପର ଠାରୁ ଏହା ଆକଳନ କରାଯାଉଥିଲା ସେ ଖୁବ ଶୀଘ୍ର କଂଗ୍ରେସରେ ଯୋଗ ଦେଇପାରନ୍ତି ।


Share It

Comments are closed.