କପିଲ ଦେବଙ୍କ ଭୂମିକାରେ ନଜର ଆସିବେ ରଣବୀର


ବର୍ଷ ୧୯୮୩ରେ ଭାରତ ପ୍ରଥମ ଥର ପାଇଁ କ୍ରିକେଟ ବିଶ୍ୱକପ ବିଜୟୀ ହୋଇଥିଲା । ଏହି ଏøତିହାସିକ ଘଟଣାକୁ କୌଣସି କ୍ରିକେଟ ପ୍ରେମୀ କେବେବି ଭୁଲି ପାରିବେ ନାହିଁ । ତେବେ ଏହି ଏøତିହାସିକ ଘଟଣାକୁ ସମସ୍ତଙ୍କ ମନରେ ସାଇତି ରଖିବା ପାଇଁ ବର୍ତ୍ତମାନ ବଲିଉଡ ଏହା ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛି । ଏହି ଫିଲ୍ମରେ କପିଲ ଦେବଙ୍କ ଭୂମିକାରେ ରଣବୀର ସିଂହ ନଜର ଆସିବେ ।
କବିର ଖାନଙ୍କ ନିର୍ଦ୍ଦେଶନାରେ ଏଇ ଫିଲ୍ମ ନିର୍ମାଣ ହେବାକୁ ଯାଉଥିବାବେଳେ ପୂର୍ବରୁ ଏହାକୁ ୧୦ ଏପ୍ରିଲ ୨୦୧୯ରେ ରିଲିଜ କରାଯିବା ଲାଗି ଘୋଷଣା କରାଯାଇଥିଲା । ତେବେ ମିଳିଥିବା ସୂଚନା ମୁତାବକ ଫିଲ୍ମର ସୁଟିଙ୍ଗ ବର୍ତ୍ତମାନ ସୁଧା ଆରମ୍ଭ ହୋଇନଥିବାବେଳେ ଏହାର ରିଲିଜ ଆଗକୁ ଆହୁରୀ ଘୁଞ୍ଚା ଯାଇପାରେ ବୋଲି ଶୁଣିବାକୁ ମଧ୍ୟ ମିଳୁଛି । ଏହି ଫିଲ୍ମରେ ରଣବୀର ସିଂହ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ କପିଲ ଦେବଙ୍କ ରୂପରେ ରଣବୀର ସିଂହ ନଜର ଆସିବେ ଯିଏକି ୧୯୮୩ ମସିହା ଭାରତୀୟ ଦଳର ଅଧିନାୟକତ୍ୱ କରୁଥିବାର ଦେଖିବାକୁ ମିଳିବ ।
ପ୍ରକାଶ ଥାଉକି, ୧୯୮୩ ମସିହାରେ କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତ ୱେଷ୍ଟଇଣ୍ଡିଜକୁ ହରାଇ ବିଶ୍ୱବିଜୟୀ ହୋଇଥିଲା । ତେବେ ଏହି ଫିଲ୍ମରେ କିପଲ ଦେବଙ୍କ ପତ୍ନୀଙ୍କ ଭୂମିକାରେ କିଏ ନଜର ଆସିବେ ତାହା ବର୍ତ୍ତମାନ ସୁଧା ଜଣାପଡିନଥିବାବେଳେ ଦୀପିକା ପାଦୁକନ ଏହି ଚିରିତ୍ରରେ ଅଭିନୟ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି ।


Share It

Comments are closed.