ଡ୍ରଗ୍ସ ମାମଲାରେ ଲୋକପ୍ରିୟ ଅଭିନେତ୍ରୀ ଦୀପିକାଙ୍କ ନାମ ଆସିଲା ସାମନାକୁ, କନଫର୍ମ କଲା ଏନସିବି


ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ମାମଲାରେ ଅନେକ ବଲିଉଡ ସେଲିବ୍ରିଟି ନାଁ ସାମ୍ନାକୁ ଆସିଛି | ସୁଶାନ୍ତ ସିଂହ ରାଜପୁତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହାଙ୍କ ଏକ ଚାଟରେ D ଓ K ନାମ ଉଲ୍ଲେଖ କରାଯାଇଛି । ଏନସିବି ସୂତ୍ର ଅନୁଯାୟୀ, D ଅର୍ଥାତ ଦୀପିକା ପାଦୁକୋଣ ଓ K ଅର୍ଥାତ କରିସ୍ମା (ଜୟାଙ୍କ ସହଯୋଗୀ)।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସୁଶାନ୍ତ ସିଂଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦୀ ଏବଂ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହାଙ୍କୁ ସୋମବାର ସିନା ଏଜେନ୍ସି କାର୍ଯ୍ୟାଳୟରେ ହାଜର ହେବାକୁ କହିଥିଲେ । ଅଧିକାରୀ କହିଛନ୍ତି ଯେ ଜୟା ଶାହା ଅପରାହ୍ନ ପ୍ରାୟ ଦୁଇଟା ସମୟରେ ଦକ୍ଷିଣ ମୁମ୍ବାଇର ଏନସିବିର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ଏନସିବି ମଙ୍ଗଳବାର ଦିନ ଜୟା ଶାହାଙ୍କୁ ପଚରାଉଚୁରା ପାଇଁ ଡାକିଛି । ପଚରାଉଚୁରାରେ ଅନେକ ମହତ୍ଵପୁର୍ଣ ଖୁଲାସା ହୋଇପାରେ । ଯାଞ୍ଚ ଏଜେନ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏନସିବି ମାଦକ ପଦାର୍ଥ ସହ ଜଡିତ ମାମଲାର ଯାଞ୍ଚ ସମ୍ବନ୍ଧରେ ଅଭିନେତ୍ରୀ ସାରା ଅଲି ଖାନ, ରକୁଲପ୍ରୀତ ସିଂହ ଓ ଫ୍ୟାସନ ଡିଜାଇନର ସିମୋନ ଖମ୍ବାଟାଙ୍କୁ ପଚରାଉଚୁରା ପାଇଁ ଡାକିପାରେ ।

ଅଭିନେତ୍ରୀ ରକୁଲପ୍ରୀତ ସିଂହ ଗତ ସପ୍ତାହରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟକୁ ଯାଇଥିଲେ । ରିୟା ଚକ୍ରବର୍ତୀ ମାଦକ ଦ୍ରବ୍ୟ ମାମଲାରେ ତାଙ୍କୁ ଜଡିତ କରିଥିବା ଭିଡିଓରେ ରୋକ ଲଗାଇବାକୁ ସେ ନ୍ୟାୟାଳୟରେ ଦାବି କରିଥିଲେ । ସୂଚନା ଲିକ କରିବା ମାମଲାର ଯାଞ୍ଚ ହେବା ଆବଶ୍ୟକ ବୋଲି ସେ କହିଥିଲେ । କାରଣ ଏହିଭଳି ଖବରରେ ଯାହାର ବି ଛବି ଖରାପ ହୋଇପାରେ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ, ଡ୍ରଗ୍ସ ମାମଲାରେ ଏନସିବି ଏବେ ସୁଦ୍ଧା ୧୨ରୁ ଅଧିକ ଜଣଙ୍କୁ ଗିରଫ କରିସାରିଛି । ଗିରଫଙ୍କ ମଧ୍ୟରେ ରିୟା ଚକ୍ରବର୍ତୀ ଓ ତାଙ୍କ ଭାଇ ଷୌଭିକ ମଧ୍ୟ ସାମିଲ ଅଛନ୍ତି ।


Share It

Comments are closed.