ଫାଇନାଲ ହେଲା ‘ରଣବୀର ସିଂହ ଓ ଦୀପିକା’ଙ୍କ ବିବାହର ତାରିଖ ଏବଂ ଜାଗା


ଅନୁଷ୍କା-ବିରାଟ ଏବଂ ସୋନମ-ଆନନ୍ଦଙ୍କ ପରେ ବଲିଉଡର ଟପ କପୁଲ ରଣବୀର ସିଂହ ଓ ଦୀପିକା ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଗତ ୧ବର୍ଷ ହେବ ତାଙ୍କର ବିବାହକୁ ନେଇ ଅନେକ ଖବର ସାମନାକୁ ଆସୁଥିଲା । ଏବେ ରାମଲିଲା ଫିଲ୍ମର ଏହି ଯୋଡି ନିଜ ବିବାହର ତାରିଖ ସହ ସ୍ଥାନ ମଧ୍ୟ ଫାଇନାଲ କରିସାରିଛନ୍ତି ।
ଫିଲ୍ମଫେୟାର ରିପୋର୍ଟ ଅନୁଯାୟୀ ରଣବୀର ଏବଂ ଦୀପିକା, ଅନୁଷ୍କା ଓ ବିରାଟଙ୍କ ଭଳି ବିଳାସପୂର୍ଣ୍ଣ ହୋଟେଲରେ ହିଁ ବିବାହ କରିବେ । ଆଜ୍ଞା ହିଁ, ରଣବୀର ଏବଂ ଦୀପିକା ଇଟାଲିର ‘ଲେକ କୋମୋ’ ନାମକ ଏକ ଜାଗାରେ ବିବାହ କରିବେ ବୋଲି ନିଷ୍ପତି ନେଇଛନ୍ତି । ଏହି ଜାଗା ଇଟାଲିର ଲୋମବ୍ରେଡିରେ ଅବସ୍ଥିତ ।

ଉଭୟଙ୍କ ବିବାହ ୧୦ ନଭେମ୍ବରରେ ହେବ ବୋଲି ତାଙ୍କ ନିକଟସ୍ଥ ସୂତ୍ରରୁ ସୂଚନା ମିଳିଛି । ଏହି ହ୍ରଦ ପାଖରେ ଏକ ସୁନ୍ଦର ଗାଁ ରହିଛି । ଏହି ଠାରେ ବିବାହର ସମସ୍ତ ବିଧି ସମ୍ପନ୍ନ କରାଯିବ । ବିବାହରେ କେବେଳ ନିକଟ ସମ୍ପର୍କିୟ ଉପସ୍ଥିତ ରହିବେ । ଫିଲ୍ମ ଜଗତ ସହ ଜଡିତ ଅନେକ ଷ୍ଟାର ଏହି ବିବାହରେ ନିମନ୍ତ୍ରଣ କରାଯାଇ ନାହିଁ । ମିଳିଥିବା ସୂଚନା ମୁତାବକ ଅର୍ଜୁନ କପୁର ରଣବୀରଙ୍କ ଜଣେ ଭଲ ବନ୍ଧୁ ହୋଇଥିବା ହେତୁ ତାଙ୍କୁ ଏହି ବିବାହରେ ନିମନ୍ତ୍ରଣ କରାଯାଇଥିବାବେଳେ ଦୀପିକାଙ୍କ ତରଫରୁ ଶାହାରୁଖଙ୍କୁ ନିମନ୍ତ୍ରଣ କରାଯାଇଛି ।
ବିବାହର ପରେ ଉଭୟ ମୁମ୍ବାଇରେ ଏକ ବଡ ରିସେପସନ ପାର୍ଟିର ଆୟୋଜନ କରିବା ପାଇଁ ଯୋଜନା ରଖିଛନ୍ତି, ଯେଉଁଥିରେ ବଲିଉଡର ସମସ୍ତ ଷ୍ଟାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।


Share It

Comments are closed.