ବିଚ ରାସ୍ତାରେ ନିର୍ଧୁମ ମାଡ ଖାଇଲେ ରାକ୍ଷୀଙ୍କ ସ୍ୱାମୀ “ଦୀପକ କଲାଲ”, ଦେଖନ୍ତୁ ଏହି ଭିଡିଓ


ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ ଦୀପକ କଲାଲ ଦିଲ୍ଲୀରେ ସାର୍ବଜନୀନ ଜାଗାରେ ମାଡ ଖାଇବାର ଏକ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଦୀପକ ହେଉଛନ୍ତି, ଜଣେ ୟୁଟୁବର, ଯିଏକି ସର୍ବଦା ବିବାଦୀୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରନ୍ତି କିନ୍ତୁ ତାଙ୍କର ଏଇ ଘଟଣା ପାଇଁ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡିଛି ।
ସେ ଦିଲ୍ଲୀ ହାଇୱେରେ ଯାଉଥିବା ସମୟରେ କେତେକ ନିର୍ଦ୍ଦିଷ୍ଟ ଲୋକ ତାଙ୍କୁ କାବୁ କରିଥିଲେ ଏବଂ ଘଟଣାସ୍ଥଳରେ “ଦୀପକ ନନ୍ଦଲ” ନାମକ ଜଣେ ଯୁବକ ତାଙ୍କୁ ବିଚ ରାସ୍ତାରେ ନିର୍ଧୁମ ମାଡ ମଧ୍ୟ ମାରିଥିଲେ ।
ଭିଡିଓ କ୍ଲିପ ଅନୁଯାୟୀ, “ଦୀପକ ନନ୍ଦଲ” ନାମକ ଏହି ଯୁବକ ‘ଦୀପକ କଲାଲ’ଙ୍କୁ ସାର୍ବଜନୀକ ସ୍ତରରେ ଅତର୍କିତ ରୂପେ ମାରି ଚାଲିଥିବାବେଳେ ସେପଟେ ଦୀପକ କଲାଲ ଉକ୍ତ ଯୁବକଙ୍କୁ ଆଉ ନମାରିବା ପାଇଁ ନେହୁରା ମଧ୍ୟ ହେଉଥିଲେ ।

ଉକ୍ତ ଭିଡିଓରେ ମିଳିଥିବା ତଥ୍ୟ ଅନୁଯାୟୀ ସନ୍ଦୀଗ୍ଧ ଯୁବକ ଜଣକ, ଦୀପକ କଲାଲଙ୍କୁ ମାରି ମାରି ଏହା କହୁଥିଲେ ଯେ, “ତୁମେ ସୋସିଆଲ ମିଡିଆରେ ଛାଡୁଥିବା ଏହି ବିବାଦୀୟ ଭିଡିଓ ଦେଖି ବର୍ତ୍ତମାନ ଅଧିକାଂଶ ଯୁବକ ଏବଂ ଛୋଟ ଛୋଟ ପିଲାମାନେ ତାକୁ ଅନୁକରଣ କରିବାକୁ ଲାଗିଲେଣି । ଯାହା ଦ୍ୱାରା ତାଙ୍କ ହାବଭାବରେ ଅନେକ ପରବର୍ତ୍ତନ ଘଟିବା ସେମାନେ ଖରାପ ଦିଗ ଆଡକୁ ଅଗ୍ରସର ମଧ୍ୟ ହେଉଛନ୍ତି । ଆଜି ପର ଠାରୁ ଯଦି ପୁଣି ଥରେ ଏଭଳି ଭିଡିଓ ସୋସିଆଲ ମିଡିଆରେ ସେୟାର କର, ତେବେ ପୃଥିବୀରେ କେଉଁ କୋଣରେ ତୁମେ ରହୁନା କାହିଁକି ମୁଁ ତୁମକୁ ଖୋଜି ବାହାର କରିବି ଏବଂ ପୁଣି ଥରେ ମାରିବି ।”
ଉକ୍ତ ସନ୍ଦୀଗ୍ଧ ଯୁବକ ଜଣକ ଆହୁରୀ ମଧ୍ୟ କହିଥିଲେ ଯେ, ଯିଏବି ଏହି ୟୁଟୁବରଙ୍କ ଭିଡିଓକୁ ସମର୍ଥନ କରିବେ ତାଙ୍କ ମଧ୍ୟ ଠିକ ଏହିଭଳି ମାରିବାର ଧମକ ମଧ୍ୟ ଦେଇଥିଲେ ।


Share It

Comments are closed.