ଭାରତ-ଏ ଦଳର ଦ.ଆଫ୍ରିକା ଗସ୍ତ, ଦଳରେ ସାମିଲ ହେଲେ ଚହର ଓ ଇଶାନ କିଷନ


ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ପୂର୍ବ ଘୋଷିତ ଭାରତ-ଏ ଦଳରେ ଆଉ ୨ଜଣ ଖେଳାଳିଙ୍କୁ ସାମିଲ୍‌ କରାଯାଇଛି । ସେମାନେ ହେଲେ ପେସ୍‌ ବୋଲର ଦୀପକ ଚହର ଓ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଇଶାନ କିଷନ । ଆସନ୍ତା ୨୬ ତାରିଖରୁ ଭାରତ-ଏ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଚାରିଦିବସୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ ।

ଭାରତ-ଏ ଦଳ ଆସନ୍ତା ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଚହର ଓ କିଷନ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟି-ଟ୍ୱେଣ୍ଟି ସିରିଜରେ ଭାରତୀୟ ଦଳ ସଦସ୍ୟ ଥିଲେ । କୋଲକାତାରେ ଅନ୍ତିମ ଟି-ଟ୍ୱେଣ୍ଟି ଶେଷ ହେବା ପରେ ଉଭୟ ସିଧାସଳଖ ଭାରତ-ଏ ଦଳରେ ଯୋଗ ଦେବେ ବୋଲି ବିସିସିଆଇର ଜନୈକ ଅଫିସିଆଲ୍‌ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ପୂର୍ବ ଘୋଷିତ ଭାରତ-ଏ ଦଳରେ ଭୁଲ ବସତଃ ଜଣେ ୱିକେଟ୍‌ କିପର (ଉପେନ୍ଦ୍ର ଯାଦବ)ଙ୍କୁ ସ୍ଥାନ ଦିଆଯାଇଥିଲା । ତେଣୁ କିଷନଙ୍କୁ ଦ୍ୱିତୀୟ ୱିକେଟ୍‌ କିପର ଭାବେ ସାମିଲ୍‌ କରାଯାଇଛି । ଚହର ରେଡ୍‌ ବଲ୍‌ କ୍ରିକେଟ୍‌ ଖେଳିବାକୁ ସୁଯୋଗ ପାଉନାହାନ୍ତି । ତେଣୁ ତାଙ୍କ ସୁଇଂ ଦକ୍ଷତାକୁ ଦୃଷ୍ଟିରେ ରଖି ଚୟନକର୍ତ୍ତା ସୁଯୋଗ ଦେଇଛନ୍ତି


Share It

Comments are closed.