ଆମେଜ୍ ଇନ୍‌ଭର୍‌ଟର୍ସ ଆଣ୍ଡ୍ ବ୍ୟାଟେରୀଜ୍ ପକ୍ଷରୁ ବିରାଟ କୋହଲିଙ୍କ ସହ ଏଣ୍ଡୋର୍ସମେଂଟ୍ ଚୁକ୍ତିକୁ ଆଉ ୩ ବର୍ଷ ବୃଦ୍ଧି


ଭୁବନେଶ୍ୱର: ଭାରତର ଅନ୍ୟତମ ଯୁବ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଇନ୍‌ଭର୍ଟର୍ ଓ ଇନ୍‌ଭର୍ଟର୍ ବ୍ୟାଟେରୀବ୍ରାଣ୍ଡ, ଆମେଜ୍ ପକ୍ଷରୁ ଭାରତୀୟ କ୍ରିକେଟର୍ ବିରାଟ କୋହଲିଙ୍କ ସହ ଏହାର ଏଣ୍ଡୋର୍ସମେଂଟ୍ ଚୁକ୍ତିକୁ ଆଉ ୩ ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଏହି ଟପ୍‌-ଅର୍ଡର ବ୍ୟାଟ୍‌ସମ୍ୟାନ୍ କମ୍ପାନୀ ସହ ୨୦୧୮ରେ ଏହାର ପରିଚାଳନା ଆରମ୍ଭ ସମୟରୁ ଜଡିତ ଅଛନ୍ତି ଓ ଆମେଜ୍‌ର ଫେସ୍ ରହିଆସିଛନ୍ତି । ଚୁକ୍ତିର ଅଂଶ ଭାବେ ବିରାଟ କୋହଲି ବ୍ରାଣ୍ଡ ପାଇଁ ସମସ୍ତ ପ୍ରିଂଟ୍ ଓ ଇଲେକ୍‌ଟ୍ରୋନିକ ମିଡିଆ ବିଜ୍ଞାପନ ଗୁଡିକରେ ସ୍ଥାନିତ ହେବେ ।
ଏହି ଚୁକ୍ତି ସମ୍ପ୍ରସାରଣ ସମ୍ପର୍କରେ ମତରଖି ଭାରତୀୟ କ୍ରିକେଟର୍ ବିରାଟ କୋହଲି କହିଛନ୍ତି, ଆମେଜ ସହିତ ମୋର ଏକ ଚମତ୍କାର ସହଭାଗିତା ରହିଛି ଏବଂ ବ୍ରାଣ୍ଡ ସହ ମୁଁ ଆଗକୁ ମଧ୍ୟ ରହିବି । ଆମେଜ୍ ଭାରତର ବିଭିନ୍ନ ଭୌଗୋଳିକ କ୍ଷେତ୍ରରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି ଏବଂ ମୁଁ ଏହା କହି ଗର୍ବିତ ଅନୁଭବ କରୁଛି ଯେ, ସେମାନେ ଉଚ୍ଚ ଦକ୍ଷତା ସମ୍ପନ୍ନ ପାୱାର ବ୍ୟାକ୍‌ଅପ୍ ପ୍ରଡକ୍ଟ ଯୋଗାଇବାରେ ନିଜର ପ୍ରତିଶ୍ରୁତିକୁ ପାଳନ କରୁଛନ୍ତି ।
ଆମେଜ୍‌ର ହେଡ୍ ଅଫ୍ ସେଲ୍ସ ରାଜେଶ କାଲ୍‌ରା କହିଛନ୍ତି, ବିଶ୍ୱର ଅନ୍ୟତମ ମହାନ ବ୍ୟାଟ୍‌ସମ୍ୟାନ୍‌, ବିରାଟ କୋହଲିଙ୍କ ସହିତ ଆମର ସହଭାଗିତାକୁ ବୃଦ୍ଧିକରି ଆମେ ଖୁବ୍ ଆନନ୍ଦିତ । ସେ ସବୁବେଳେ ବ୍ରାଣ୍ଡ ପାଇଁ ଏକ ଗଭୀର ଉପଭୋକ୍ତା ସଂଯୋଗ ଆଣିଥାନ୍ତି ଏବଂ ଆମେ ମିଳିତଭାବେ ଏକ ଆଦର୍ଶ ସଫଳତା ପାଇବାକୁ ଆଶା ରଖିଛୁ ।
ଏହିସହଭାଗିତାସମ୍ପର୍କରେକମ୍ପାନୀର ପରିଚାଳନା ନିର୍ଦ୍ଦେଶକବିପୁଲ୍‌ସବରୱାଲକହିଛନ୍ତି, ଆମେଜ୍‌ରେ ସର୍ବୋତମଉତ୍ପାଦ ପ୍ରଦାନ କରିବା ପ୍ରତି ଆମର ପ୍ରତିବଦ୍ଧତାକ୍ରିକେଟ୍ ଫିଲ୍ଡରେବିରାଟଙ୍କ ଚମତ୍କାର ପ୍ରଦର୍ଶନ ସହିତ ପ୍ରତିଫଳିତହେଉଛି ।ଭାରତୀୟକ୍ରିକେଟ୍‌ଟିମ୍‌ରକ୍ୟାପ୍ଟେନଙ୍କସହିତ ୩ ବର୍ଷରୁ ଅଧିକ ସମୟର ଆମର ସହଭାଗିତାକୁ ଆମେ ପାଳନ କରୁଥିବାରୁ, ଆମେ ତାଙ୍କସହ ଆମର ଯାତ୍ରାଜାରିରଖିଗର୍ବିତଏବଂ ଦ୍ରୁତ ଅଭିବୃଦ୍ଧି ହାସଲକରିବାକୁ ଆଶା ରଖିଛୁ ।


Share It

Comments are closed.