ଦିବାସ୍ୱପ୍ନ ଦେଖୁଥିବା ବ୍ୟକ୍ତି ଅଧିକ ସୃଜନଶୀଳ ଏବଂ ଦକ୍ଷ


କୌଣସି ସଭାସମିତି ବା ବୈଠକ ଚାଲୁଥିବା ବେଳେ ଆପଣେ ସ୍ୱପ୍ନରେ ହଜିଯାଉଛନ୍ତି କି ? ତେବେ ଏଥିରୁ ସୂଚନା ମିଳୁଛି ଯେ, ଆପଣ ଫୂର୍ତ୍ତବାଜ ଓ ଅଧିକ ସୃଜନଶୀଳ । ଯେଉଁ ଲୋକମାନଙ୍କର ମସ୍ତିଷ୍କ ଦକ୍ଷ, ସେମାନେ ନିଜ ମସ୍ତିିଷ୍କକୁ ବିଭିନ୍ନ ଚିନ୍ତାଧାରରୁ ଦୂରେଇ ଦେଇପାରନ୍ତି ନାହିଁ ବୋଲି ଆମେରିକାର ଜର୍ଜିଆ ଇନ୍ଷ୍ଟିଚ୍ୟୁଟ ଅଫ ଟେକନୋଲଜି ସହଯୋଗୀ ମନସ୍ତତ୍ତ୍ୱବିତ ଏରିକ ଶୁମାକର ପ୍ରକାଶ କରିଛନ୍ତି । ପାଖାପଖୀ ୧୦୦ ଲୋକ ଏମଆରଆଇ ମେସିନ ଉପରେ ଶୋଇଥିବା ବେଳେ  ଗବେଷକମାନେ ସେମାନଙ୍କ ଅବସ୍ଥାକୁ ପରୀକ୍ଷା କରି ଦେଖିଛନ୍ତି ।
ଅଂଶ ଗ୍ରହଣକାରୀଙ୍କୁ ଏକ ନିର୍ଦ୍ଦିଷ୍ଟ ବସ୍ତୁ ଉପରେ ୫ମିନିଟ ପର୍ଯ୍ୟନ୍ତ ଦୃଷ୍ଟିନିବଦ୍ଧ କରିବାକୁ କୁହାଯାଇଥିଲା । ମସ୍ତିଷ୍କର କେଉଁ ଅଂଶ ଏକାଗ୍ରତା ପାଇଁ ଦାୟୀ ତାହାକୁ ଗବେଷକମାନେ ଚିହ୍ନଟ କରିଥିଲେ । ଜାଗ୍ରତ ସମୟରେ ମସ୍ତିଷ୍କର ଏକ ନିର୍ଦ୍ଦିଷ୍ଟ ଅଂଶ ଆମର ଅନ୍ତ ଦୃଷ୍ଟି ଜାଗ୍ରତ କରାଏ ବୋଲି ଜର୍ଜିଆ ଟେକର ପିଏଚଡି କ୍ୟାଣ୍ଡିଡେଟ କ୍ରିଷ୍ଟାଇନ ଗଡୱିନ ପ୍ରକାଶ କରିଛନ୍ତି । ଦୈନଦିନ ଜୀବନରେ କେତେଥର ସେମାନଙ୍କ ମସ୍ତିଷ୍କ ଅନ୍ୟମନଷ୍କ ରହେ ସେ ସମ୍ପର୍କିତ ଏକ ପ୍ରଶ୍ନବଳୀର ଉତ୍ତରରେ ଲେଖିବାକୁ ଅଂଶଗ୍ରହଣ କାରୀମାନଙ୍କୁ କୁହାଯାଇଥିଲା । ଯେଉଁ ବ୍ୟକ୍ତି ସର୍ବାଧିକ ସ୍ତର ଦିବା ସ୍ୱପ୍ନରେ ମସଗୁଲ ରହୁଥିଲେ ସେମାନେ ଅଧିକ ବୁଦ୍ଧିମାନ ଏବଂ ସୃଜନଶୀଳ ବୋଲି ସେମାନଙ୍କୁ ଅଧିକ ନମ୍ବର ପ୍ରଦାନ କରାଯାଇଥିଲା । ସେମାନଙ୍କର ମସ୍ତଷ୍କ ଅଧିକ ଦକ୍ଷ ବୋଲି ଏମଆରଆଇ ମେଶିନରୁ ଜଣାପଡିଥିଲା ।  ଅନେକ କ୍ଷେତ୍ରରେ ଲୋକମାନଙ୍କ ମନରେ ଏକ ଧାରଣ ଥାଏ କି, ଚାରି ଆଡେ ମୁଣ୍ଡ ଖେଳାଇବା ଦ୍ୱାରା ମନୁଷ୍ୟ ଅନ୍ୟମନଷ୍କ ରହେ ଏବଂ କୌଣସି ନିର୍ଦ୍ଦିଷ୍ଟ କାମକୁ ଠିକ୍ ସେ ମନ ଧ୍ୟାନ ଦେଇ କରିପାରିନଥାଏ । କିନ୍ତୁ ମିଳିଥିବା ତଥ୍ୟ ମୁତାବକ ଗବେଷକମାନେ କହିଛନ୍ତି ଯେ, ଏହା ସବୁବେଳେ ସତ୍ୟ ହୋଇନଥାଏ । କେତେକ ଲୋକଙ୍କର ଅଧିକ ଦକ୍ଷ ମସ୍ତିଷ୍କରେ ରହିଛି । ଅଧିକ ଦକ୍ଷ ଅର୍ଥ ସମ୍ପୃକ୍ତି ବ୍ୟକ୍ତି ଅଧିକ ଭାବିପାରନ୍ତି । ସହଜ କାମ କରୁଥିବା ବେଳେ ଦକ୍ଷ ମସ୍ତିଷ୍କ ବିଭିନ୍ନ ଆଡେ ଘୂରି ବୁଲୁଥାଏ  ବୋଲି ଶୁମାକର ପ୍ରକାଶ କରିଛନ୍ତି ।

Share It

Comments are closed.