ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ସହ ଭାରତ ଡେ-ନାଇଟ ଟେଷ୍ଟ ଖେଳିବାର ସଂକେତ ଦେଲେ ଗାଙ୍ଗୁଲୀ


ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ପୁଣିଥରେ ଦିବା-ରାତ୍ରି ଟେଷ୍ଟ କ୍ରିକେଟ ସଂପର୍କରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସୌରଭ ଏ ସଂପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ଭାରତ ଆଗାମୀ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଗସ୍ତରେ ଦିବା-ରାତ୍ରୀ ଟେଷ୍ଟ ଖେଳିବ । ଏହାର ପ୍ରାରମ୍ଭ ଚଳିତ ବର୍ଷ ଶେଷରେ ହେବାକୁ ଥିବା ଅଷ୍ଟ୍ରେଲିଆ ଗସ୍ତରୁ ଆରମ୍ଭ ହେବ । ଭାରତ, ଅଷ୍ଟ୍ରେଲିଆ ବିପକ୍ଷରେ ୨୦୨୦ ନଭେମ୍ବରରୁ ଜାନୁଆରୀ ୨୦୨୧ ମଧ୍ୟରେ ୪ଟି ଟେଷ୍ଟ ମ୍ୟାଚ ଏବଂ ୩ଟି ଦିନିକିଆ ମ୍ୟାଚ ଖେଳିବ । ”
ଗାଙ୍ଗୁଲୀ ଦିଲ୍ଲୀରେ ଆୟୋଜିତ ହୋଇଥିବା ଅପେକ୍ସ କାଉନସିଲ ବୈଠକ ଏହି ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, “ହଁ, ଭାରତ, ଇଂଲଣ୍ଡ ବିପକ୍ଷରେ ଜାନୁଆରୀ-ଫେବୃଆରୀ ୨୦୨୧ରେ ହେବାକୁ ଘରୋଇ ସିରିଜରେ ମଧ୍ୟ ଟେଷ୍ଟ ଖେଳିବ ।”
ସେପଟେ ମିଳିଥିବା ସୂଚନା ମୁତାବକ, “ ପାଞ୍ଚଟି ମ୍ୟାଚ ବିଶିଷ୍ଟ ଏହି ସିରିଜର ଦ୍ୱିତୀୟ ମ୍ୟାଚ ଅହମ୍ମଦାବାଦର ନିର୍ମାଣଧୀନ ଥିବା ମୋଟେରା ଷ୍ଟାଡିୟମରେ ଖେଳାଯିବାର ଅଛି । ”
ଗାଙ୍ଗୁଲୀ ଆହୁରୀ ମଧ୍ୟ କହିଛନ୍ତି ଯେ, ବିସିସିଆଇ ଦିବା-ରାତ୍ରି ଟେଷ୍ଟ ମ୍ୟାଚକୁ ପ୍ରୋତ୍ସାହନ ଦେବା ପାଇଁ ସମସ୍ତ ପ୍ରୟାସ କରିବ ଏବଂ ଭାରତରେ ସମସ୍ତ ଟେଷ୍ଟ ମ୍ୟାଚ ଦିବା-ରାତ୍ରି ହେଉ ବୋଲି ଆଶା କରୁଛୁ ।


Share It

Comments are closed.