ଲାଲୁ ଯାଦବଙ୍କୁ କିଡନୀ ଦାନ କରିବେ ଝିଅ ରୋହିଣୀ


ଆରଜେଡି ସୁପ୍ରିମୋ ଓ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଗତ କିଛି ବର୍ଷ ହେବ କିଡନୀ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଏହା ସହିତ ତାଙ୍କର ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ରହିଛି। ଏବେ କିଡନୀ ସମସ୍ୟା ତାଙ୍କ ଚିନ୍ତାର କାରଣ ପାଲଟିଛି। ଡାକ୍ତରମାନେ ତାଙ୍କୁ କିଡନୀ ଟ୍ରାନ୍ସପ୍ଲାଣ୍ଟ କରିବାକୁ ପରାମର୍ଶ ଦେଇଥିଲେ। ଏବେ ଲାଲୁଙ୍କୁ ସିଙ୍ଗାପୁରରେ ରହୁଥିବା ତାଙ୍କ ଝିଅ ରୋହିଣୀ ଆଶ୍ଚାର୍ଯ୍ୟ କିଡନୀ ଦାନ କରିବେ ବୋଲି ଜଣାପଡିଛି। ରୋହିଣୀ କିଡନୀ ଦାନ କରନ୍ତୁ ବୋଲି ଲାଲୁ ପ୍ରଥମେ ଚାହୁଁନଥିଲେ। କିନ୍ତୁ ପରେ ରୋହିଣୀ ଓ ପରିବାର ଲୋକ ଚାପ ପକାଇବା ପରେ ଲାଲୁ ରାଜି ହୋଇଥିଲେ।

ଲାଲୁ ନିଜର କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ୨୦-୨୪ ନଭେମ୍ବର ଭିତରେ ପୁଣିଥରେ ସିଙ୍ଗାପୁର ଯାଇପାରନ୍ତି। ଏହି ସମୟରେ ତାଙ୍କର ଅପରେସନ୍ ହେବାର ସମ୍ଭାବନା ରହିଛି। ଲାଲୁଙ୍କ ଦ୍ବିତୀୟ ଝିଅ ରୋହିଣୀ ଯିଏକି ସିଙ୍ଗାପୁରରେ ଅଛନ୍ତି ସେ ନଜର କିଡନୀ ଦେବେ। ସେ ହିଁ ଲାଲୁଙ୍କୁ ସିଙ୍ଗାପୁରରେ ଚିକିତ୍ସିତ ହେବାକୁ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ଧରି ଦିଲ୍ଲୀ ଏମ୍ସରେ କିଡନୀ ସମସ୍ୟା ପାଇଁ ଚିକିତ୍ସିତ ହେଉଥିବା ଲାଲୁଙ୍କୁ ଏମ୍ସ ଡାକ୍ତରଙ୍କ ଦ୍ୱାରା କିଡନୀ ପ୍ରତିରୋପଣ ପାଇଁ ପରାମର୍ଶ ଦିଆଯାଇ ନଥିଲା, କିନ୍ତୁ ସିଙ୍ଗାପୁର ଗସ୍ତ ସମୟରେ ସେଠାରେ ଥିବା ଡାକ୍ତରମାନେ ତାଙ୍କୁ କିଡନୀ ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ। ସିଙ୍ଗାପୁରରେ ରହୁଥିବା ଲାଲୁଙ୍କ ଝିଅ ରୋହିଣି ବିହାରର ରାଜନୈତିକ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ନିଜର ରାଜନୈତିକ ଦୃଷ୍ଟିକୋଣରୁ ବିରୋଧୀ ଦଳ ଉପରେ ଆକ୍ରମଣ କରିବାରେ ମଧ୍ୟ ସେ ଖୁବ୍ ସକ୍ରିୟ ।


Share It

Comments are closed.