ମାଓବାଦୀଙ୍କ ଗୁଳିରେ ଓଡିଆ ସାମ୍ବାଦିକଙ୍କ ସମେତ ଦୁଇ ଯବାନ ସହିଦ


ଆଜି ସକାଳେ ଛତିଶଡର ଦନ୍ତେୱାଡା ଜିଲ୍ଲାରେ ମାଓବାଦୀ ମାନେ ଏକ ବଡ ଅଘଟଣ ଘଟାଇଛନ୍ତି । ଜିଲ୍ଲାର ଅରଣପୁର ଥାନାକ୍ଷେତ୍ରର ନିଲାୱାୟା ଅଞ୍ଚଳରେ ନିକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଯାହା ଫଳରେ ଘଟଣା ସ୍ଥଳରେ ସୁରକ୍ଷା କର୍ମୀଙ୍କର ଦୁଇ ଯବାନ ସହିଦ ହୋଇଥିବାବେଳେ ଡି.ଡି ନ୍ୟୁଜର କ୍ୟାମେରାମ୍ୟାନଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ଏହା ସହ ଏହି ଘଟଣାରେ ସୁରକ୍ଷାକର୍ମୀଙ୍କ ଆଉ ୨ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି ।
ଡିଆଇଜି ପି. ସୁନ୍ଦର ଏହି ଘଟଣା ସଂପର୍କରେ ସୂଚନା ଦେବା ସହ କହିଛନ୍ତି ଯେ, ଆଗାମୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ସିଆରପିଏଫ ଏବଂ ସ୍ଥାନୀୟ ପୋଲିସ ଏହି ଅଞ୍ଚଳରେ କମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ, ଯାହା ଫଳରେ ନକ୍ସଲମାନେ ଏହି ଅଘଟଣ ଘଟାଇଥିଲେ ।
ଡିଆଇଜି ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି । ସୁରକ୍ଷାକୁ ଆଖି ଆଗରେ ରଖି ଉକ୍ତ ଅଞ୍ଚଳରେ ଅତିରିକ୍ତ ସୈନ୍ୟଙ୍କୁ ସେଠାରେ ମୂତାୟନ କରାଯାଇଛି । ଏହି ଘଟଣାର ସୂଚନା ପାଇବା ପରେ ବରିଷ୍ଠ ପୋଲିସ ଅଧିକାରୀ ମାନେ ସେଠାରେ ପହଞ୍ôଚ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।
ମିଳିଥିବା ସୂଚନା ମୁତାବକ ଅରଣପୁର ଅଞ୍ଚଳରେ ଜିଲ୍ଲା ପୋଲିସର ଯବାନ ସର୍ଚିଙ୍ଗ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏମାନଙ୍କ ସହିତ ଡି.ଡି ନ୍ୟୁଜର ତିନି ଜଣ ସଦସ୍ୟ ଥିବା ଟିମ ମଧ୍ୟ ଯବାନଙ୍କ ସହ ଯାଉଥିଲେ । ଏହି ସମୟରେ ନିଲାୱାୟା ଅଞ୍ଚଳରେ ଲୁଚି ରହିଥିବା ମୋଓବାଦୀ ଅକର୍ଥିତ ଆକ୍ରମଣ କରିଥିଲେ । ଯାହା ଫଳରେ ଘଟଣାସ୍ଥଳେ ହିଁ ସେନାର ଦୁଇ ଯବାନ ଏବଂ ଡି.ଡି ଚ୍ୟାନେଲର ଜଣେ କ୍ୟାମେରାମ୍ୟାନ ସହିଦ ହୋଇଥିଲେ । ମିଳିଥିବା ସୂଚନା ସାମ୍ବାଦିକ ଜଣକ ଓଡିଆ ହୋଇଥିବାବେଳେ ସହିଦ ଯବାନଙ୍କ ଠିକଣା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ସାମ୍ବାଦିକ ଜଣକ ଡି.ଡି ନ୍ୟୁଜରେ କ୍ୟମେରାମ୍ୟାନ ରୂପେ କାର୍ଯ୍ୟରତ ରହିଥିବାବେଳେ ସେ ବିରମାହାରାଜପୁର ବାସିନ୍ଦା ଅଟନ୍ତି ।


Share It

Comments are closed.