ଡାଲମିଆ ଭାରତ ପକ୍ଷରୁ ରଥ ଯାତ୍ରା ୨୦୨୪ରେ ଓଡ଼ିଶାର ରଥ ଶିଳ୍ପକାରମାନଙ୍କୁ ଡିଏସପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନ ପ୍ରଦାନ


ପୁରୀ : ଓଡ଼ିଶା ଏବଂ ଏହାର ପରମ୍ପରା ପ୍ରତି କମ୍ପାନୀର ଦୀର୍ଘଦିନର ପ୍ରତିବଦ୍ଧତାକୁ ଦୋହରାଇ ଭାରତର ଅଗ୍ରଣୀ ସିମେଂଟ ନିର୍ମାତା ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‌), ଏହାର ‘ସାଲ୍ୟୁଟିଂ ଦି ଏକ୍ସପର୍ଟ’ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର କୁଶଳୀ ରଥ ଶିଳ୍ପକାରମାନଙ୍କୁ ସମ୍ମାନିତ କରି ପୁରୀରେ ରଥଯାତ୍ରା ଉତ୍ସବ ପାଳନ କରିଛି । ଡିଏସପି ଏକ୍ସପର୍ଟ ରଥ ଶିଳ୍ପାକର ସମ୍ମାନ ନାମରେ ନାମିତ ଏହି ସମ୍ମାନରେ ବିଶିଷ୍ଟ ଶିଳ୍ପକାରଙ୍କ ଅସାଧାରଣ କାରିଗରୀତ୍ୱକୁ ସ୍ୱୀକୃତି ଦିଆଯାଇଛି, ଯାହା ଦ୍ୱାରା ସେମାନଙ୍କୁ ମଧ୍ୟ ରଥ ନିର୍ମାଣ ଏବଂ କାରିଗରୀ କ୍ଷେତ୍ରରେ ପ୍ରକୃତ ବିଶେଷଜ୍ଞ ଭାବରେ ସ୍ୱୀକୃତି ଦିଆଯାଇଛି । ଉଲ୍ଲେଖନୀୟ ଯେ ଡାଲମିଆ ଡିଏସପି ସିମେଂଟ ନିଜେ ‘ଢଳାଇ ଏକ୍ସପର୍ଟ’; ଭାବରେ ଅବସ୍ଥାପିତ ହୋଇଛି ଯାହା ନିର୍ମାଣରେ ସମସ୍ତ ଢଳାଇ କାର୍ଯ୍ୟକୁ ଦୃଢ଼ ଶକ୍ତି ପ୍ରଦାନ କରିଥାଏ । ଶ୍ରୀ ଲକ୍ଷ୍ମଣ ମହାପାତ୍ର ମହାରଣା, ଶ୍ରୀ ଶ୍ୟାମ ସୁନ୍ଦର ମହାରଣା, ଶ୍ରୀ ସୁରେନ୍ଦ୍ର ମହାରଣା ଓ ଶ୍ରୀ ରବି ଭୋଇଙ୍କ ଭଳି ଚାରି ଜଣ ପ୍ରସିଦ୍ଧ ଶିଳ୍ପକାରଙ୍କୁ ସେମାନଙ୍କ ଦ୍ୱାରା ଅତ୍ୟନ୍ତ ଯତ୍ନର ସହିତ ପ୍ରସ୍ତୁତ କରାଯାଇଥିବା ଭବ୍ୟ ରଥ ସମ୍ମୁଖରେ ସମ୍ବର୍ଦ୍ଧିତ କରାଯାଇଛି । ସମ୍ବର୍ଦ୍ଧନା ସ୍ୱରୂପ ସେମାନଙ୍କୁ ଗୋଟିଏ ଲେଖାଏଁ ଫଳକ, ଗୋଟିଏ ଶାଲ ଓ ନଗଦ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।

ଡାଲମିଆ ଭାରତ ପକ୍ଷରୁ ୨୦୨୨ ମସିହାରେ ଆରମ୍ଭ ହୋଇଥିବା ‘ସାଲ୍ୟୁଟିଂ ଦି ଏକ୍ସପର୍ଟ’କାର୍ଯ୍ୟକ୍ରମ ମହାରଣା ସମ୍ପ୍ରଦାୟକୁ ସମର୍ପିତ, ଯେଉଁମାନଙ୍କର ଦକ୍ଷ ଡିଜାଇନ୍ ଓ ରଥ ନିର୍ମାଣ ଓଡ଼ିଶାର ଅନନ୍ୟ କଳା ପରମ୍ପରାକୁ ସୁରକ୍ଷିତ ରଖିଛି । ସେମାନଙ୍କର ଭକ୍ତି ଓ କାରିଗରୀ ବିଶ୍ୱପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ରଥଯାତ୍ରାକୁ ବଜାୟ ରଖି ଏହାର ନିରନ୍ତର ମର୍ଯ୍ୟାଦା କୁ ସୁନିଶ୍ଚିତ କରୁଛି ।

ଏହି ଅବସରରେ କଂପାନିର ମୁଖପାତ୍ର କହିଛନ୍ତି ଯେ, “ଡାଲମିଆ ଭାରତ ଓଡ଼ିଶାର ମହାନ ରଥ ଶିଳ୍ପୀମାନଙ୍କୁ ସମ୍ମାନିତ କରି ଗର୍ବ ଅନୁଭବ କରୁଛି, ଯେଉଁମାନଙ୍କ ନିଷ୍ଠା ଓ ଦକ୍ଷତା ପ୍ରତିବର୍ଷ ରଥଯାତ୍ରାର ମହାନ ପରମ୍ପରାକୁ ଜୀବନ୍ତ କରିଥାଏ । ରାଜ୍ୟ ପ୍ରତି ଆମର ଦୀର୍ଘଦିନର ପ୍ରତିବଦ୍ଧତା ଏହାର ସାଂସ୍କୃତିକ ଐତିହ୍ୟ ଏବଂ ସାମୂହିକ ବିକାଶ ପାଇଁ ଆମର ପ୍ରୟାସରେ ପ୍ରତିଫଳିତ ହୋଇଛି । ଏହି କାରିଗରମାନଙ୍କୁ ଉତ୍ସାହିତ କରି ଆମେ ଆମର ଅଂଶୀଦାର ଐତିହ୍ୟକୁ ବଜାୟ ରଖିବା ଏବଂ ଓଡ଼ିଶାବାସୀଙ୍କ ସହ ଆମର ଗଭୀର ସମ୍ପର୍କକୁ ସୁଦୃଢ଼ କରିବାରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରୁଛୁ ।”

ଏକ ସମାନ୍ତରାଳ ଉତ୍ସବରେ ଡାଲମିଆ ଭାରତ ପକ୍ଷରୁ ଓଡ଼ିଶାର ୫ଟି ସହର ଯଥା ଭୁବନେଶ୍ୱର, କଟକ, ବାଲେଶ୍ୱର, ଯାଜପୁର ଓ ବ୍ରହ୍ମପୁରରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ମହାରଣା ସମ୍ପ୍ରଦାୟର ସଦସ୍ୟମାନଙ୍କୁ ରଥର ବିଶାଳ ଆକୃତିର ପ୍ରତିକୃତି ନିର୍ମାଣ କରିବା ପାଇଁ ନିମନ୍ତ୍ରଣ କରାଯାଇଥିଲା, ଯେଉଁଗୁଡ଼ିକୁ ଚ୍ୟାନେଲ ସହଯୋଗୀ ଏବଂ ସେମାନଙ୍କ ପରିବାରର ସମାବେଶ ପାଇଁ କେନ୍ଦ୍ରୀୟ ସ୍ଥଳଗୁଡ଼ିକରେ ସ୍ଥାପନ କରାଯାଇଥିଲା । ପିଲାମାନଙ୍କୁ କ୍ଷୁଦ୍ର ରଥ ଓ ଅନ୍ୟାନ୍ୟ ଟୋକନ ଉପହାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡାଲମିଆ ସିମେଂଟର ପ୍ରମୁଖ ଅଂଶୀଦାର ଏବଂ ସେମାନଙ୍କ ପରିବାରବର୍ଗ ଅଂଶଗ୍ରହଣ କରି ଏକ ଆନନ୍ଦଦାୟକ ଏବଂ ସାମଗ୍ରିକ ବାତାବରଣ ସୃଷ୍ଟି କରିଥିଲେ ।


Share It

Comments are closed.