ଏଲକନ ପକ୍ଷରୁ ଡେଲିଜ ଟୋଟାଲ୧ୱାଟର ଗ୍ରାଡିଏଣ୍ଟ କଣ୍ଟାକ୍ଟ ଲେନ୍ସର ଶୁଭାରମ୍ଭ


ଏଲକନ ପକ୍ଷରୁ ଦୈନନ୍ଦିନ ସହଜରେ ପନ୍ଧିପାରୁଥିବା ସ୍ୱତନ୍ତ୍ର ଡିସ୍ପୋଜେବଲ କଣ୍ଟାକ୍ଟ ଲେନ୍ସର ଶୁଭାରମ୍ଭ କରାଯାଇଛି । ଏହି ଲେନ୍ସରେ ମଧ୍ୟରେ “ୱାଟର ଗ୍ରାଡିଏଣ୍ଟ” ମହଜୁଦ ରହିଛି, ଯାହା ଆମ ଆଖିକୁ ଆରମ ପ୍ରଦାନ କରିବ । ଡେଲିଜ ଟୋଟାଲ୧ବ୍ୟବହାର କରୁଥିବା ପ୍ରତ୍ୟେକ୧୦ ଜଣରେ ୯ ଜଣ ସ୍ୱୀକାର କରନ୍ତି ଯେ ଏହା ଅତ୍ୟନ୍ତ ଆରମଦାୟକ ଏବଂ ଏହାର ବ୍ୟବହାରରେ କୌଣସି କଷ୍ଟ ଅନୁଭବ ହୁଏ ନାହିଁ ି ।
କଣ୍ଟାକ୍ଟ ଲେନ୍ସଧାରୀଙ୍କର ମଧ୍ୟରେ ଡିସକମ୍ଫର୍ଟ ହେଉଛି ଏକ ସାଧାରଣ ଅଭିଯୋଗ – ୪୪ ପ୍ରତିଶତ ସମସ୍ତ କଣ୍ଟାକ୍ଟ ଲେନ୍ସଧାରୀଙ୍କୁ ଡିସକମ୍ଫର୍ଟ, ଶୁଷ୍କତା ଏବଂ ଆଖି ନାଲି ପଡିଯିବା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସେହିଭଳି ଶତକଡା ୪୮% ଲୋକ ଡିସକମ୍ଫର୍ଟ କାରଣ ଯୋଗୁଁ କଣ୍ଟାକ୍ଟ ଲେନ୍ସ ପିନ୍ଧିବା ବନ୍ଧ କରିଦେଉଛନ୍ତି । ଏହି ସଂଖ୍ୟା ଏଥି ପାଇଁ ମହତ୍ୱପୂର୍ଣ୍ଣ ରହୁଛି କାରଣ ପ୍ରତି ବର୍ଷ ଏସିଆ / ପାସିଫିକ ରିମରେ ୩୧% କଣ୍ଟାକ୍ଟ ଲେନ୍ସଧାରୀ ଲେନ୍ସ ପିନ୍ଧିବା ଛାଡିଦେଉଛନ୍ତି ।
ଏକ ଗବେଷଣାରୁ ଜଣା ପଡିଛି ଯେ, କଣ୍ଟାକ୍ଟ ଲେନ୍ସଧାରୀଙ୍କ ମଧ୍ୟରୁ ୧୩:୧ ଜଣ ନିଜର ପ୍ରଚଳିତ ବ୍ରାଣ୍ଡ ଅପେକ୍ଷା ସେମାନେ ଡେଲିଜ ଟୋଟାଲ୧ୱାଟର ଗ୍ରାଡିଏଣ୍ଟ କଣ୍ଟାକ୍ଟ ଲେନ୍ସକୁ ଅଧିକ ପସନ୍ଦ କରିଥାନ୍ତି । ୮୫ % ଲୋକ ଡେଲିଜ ଟୋଟାଲ୧ୱାଟର ଗ୍ରାଡିଏଣ୍ଟ କଣ୍ଟାକ୍ଟ ଲେନ୍ସକୁ ସାରା ଦିନ ଯାଏଁ ବ୍ୟବହାର କରିବା ପରେ ମଧ୍ୟ ଆରାମଦାୟକତା ଅନୁଭବ କରୁଛନ୍ତି । ୯୨% ଲୋକଙ୍କ କହିବା କଥା ହେଉଛି ଯେ, ସାରା ଦିନ ଏହି ଲେନ୍ସକୁ ପିନ୍ଧିବା ପରେ ସେମାନଙ୍କ ଦୃଷ୍ଟି ଶକ୍ତି ବେଶ ଉତ୍ତମ ରହିଛି । କଣ୍ଟାକ୍ଟ ଲେନ୍ସରେ ଡିସକମ୍ପର୍ଟକୁ ଦୂର କରିବା ପାଇଁ ଡେଲିଜ ଟୋଟାଲ୧ୱାଟର ଗ୍ରାଡିଏଣ୍ଟ କଣ୍ଟାକ୍ଟ ଲେନ୍ସକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।


Share It

Comments are closed.