ଦୁର୍ବଳ ହେଲା ବାତ୍ୟା ସିତ୍ରାଙ୍ଗ


ଦୁର୍ବଳ ହେଲା ବାତ୍ୟା ସିତ୍ରାଙ୍ଗ । ଆଗାମୀ ୩ଘଣ୍ଟା ମଧ୍ୟରେ ବାତ୍ୟା ସିତ୍ରାଙ୍ଗ ଅବପାତର ରୂପ ନେବା ସମ୍ଭାବନା ରହିଛି । ପରବର୍ତ୍ତୀ ୬ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହେବା ସହ ସୂଦୃଶ-ଲଘୁଚାପ କ୍ଷେତ୍ରରେ ସିତ୍ରାଙ୍ଗ ପରିଣତ ହୋଇପାରେ ବୋଲି ସୂଚନା ଦିଆଯାଇଛି । ଗତକାଲି ରାତି ସାଢ଼େ ୯ଟାରୁ ସାଢ଼େ ୧୧ଟା ମଧ୍ୟରେ ବାଂଲାଦେଶର ବରିଷଲ ନିକଟରେ ବାତ୍ୟା ଉପକୂଳ ଅତିକ୍ରମ କରିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଥାଉକି, ପୂର୍ବରୁ ବାତ୍ୟା ସିତ୍ରାଙ୍ଗ ୨୫ ତାରିଖ ସକାଳେ ପଶ୍ଚିମବଙ୍ଗ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରିଥିଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଥିଲା ।


Share It

Comments are closed.