ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା ‘ନିଭାର’, ପୁଡୁଚେରିରେ ୧୪୪ ଧାରା ଜାରି


ଭାରତ ମହାସାଗରରେ ଆସୁଛି ବାତ୍ୟା ନିଭାର୍ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ୧୪୫ କିମି ବେଗରେ ଏହା ମାଡ଼ ହେବ । ଧିରେଧିରେ ଘନୀଭୂତ ହେଉଛି ବାତ୍ୟା ‘ନିଭାର’ । ଉପକୂଳ ଅତିକ୍ରମ ବେଳେ ପବନର ବେଗ ରହିବ ୧୨୦ ରୁ ୧୩୦କିମି । ଝଟକା ପବନ ବେଳେ ବେଗ ୧୪୫ କିମି ରହିବା ସମ୍ଭାବନା ରହିଛି ।

ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଦେଇ ଅତିକ୍ରମ କରିବା ସମ୍ବାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ଏହା ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ପରେ ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ କରାଇକାଲ୍ ଓ ମାମଲାପୁରମ୍ ମଧ୍ୟରେ ଗତି କରିବାର ସମ୍ଭାବନା ରହିଛି। ଆଜି ସନ୍ଧ୍ୟାରେ କରାଇକାଲ୍ ଓ ମାମଲାପୁରମ୍ ମଧ୍ୟରେ ନିଭାର ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଚି ବୋଲି ଆଇଏମଡି ଆକଳନ କରିଛି। ଲ୍ୟାଣ୍ଡଫଲ ବେଳକୁ ସମୁଦ୍ରରେ ୨ ମିଟର ପଯ୍ୟନ୍ତ ଜୁଆର ଆସିପାରେ । ତେଣୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁଡୁଚେରିରେ ୧୪୪ ଧାରା ଜାରି କରାଯାଇଛି । କଟକଣା ଗତ ରାତି ୯ ଟାରୁ ଲାଗୁ ହୋଇଥିବା ବେଳେ ୨୬ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକରେ ହାଇଆଲର୍ଟ ଜାରି କରାଯାଇଛି। ବାତ୍ୟା ମୁକାବିଲା ନେଇ ତାମିଲନାଡୁ ଏବଂ ପୁଡୁଚେରି ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଚନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ରରୁ ସବୁ ପ୍ରକାର ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଦେଇଛନ୍ତି ଆଶ୍ୱାସନା।

ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ୍ ର ୩୦ଟି ଟିମ୍ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁ ଚେରିରେ ମୁତୟନ କରାଯାଇଛି। ତାମିଲନାଡୁ ଏବଂ ପୁଡୁଚେରିରେ ୯ଟି ଟିମ୍ ମୁତୟନ କରାଯାଇଚି। ଆରାକୋନାମ ଏବଂ ବିଜୟୱାଡାରେ ଗୋଟିଏ ଲେଖାଏଁ NDRF battalion ମୁତୟନ କରାଯାଇଥିବା ସୂଚନା ଦେଇଚନ୍ତି NDRF ଡିଜି ଏସ . ଏନ୍ . ପ୍ରଧାନ ।


Share It

Comments are closed.