କଟକରେ ସର୍ବାଧିକ ଯୁବପିଢୀ ହୃଦରୋଗର ଶିକାର ହେଉଛନ୍ତି


ଓଡ଼ିଶାରେ ଯୁବବର୍ଗଠାରେ ହୃଦଘାତ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ରେକର୍ଡ କରାଯାଉଥିବା ବେଳେ, ଏହି ମାମଲାରେ କଟକ ଅନ୍ୟ ସହର ମାନଙ୍କଠୁ ଆଗରେ । ହୃଦରୋଗର ମୋଟ ମାମଲାରୁ ୧୫% ୪୦ ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳିଛି । ଖରାପ କୋଲେଷ୍ଟ୍ରଲର ଉଚ୍ଚ ସ୍ତର ହେଉଛି ଏହାର ପ୍ରମୁଖ ବିପଦଜନକ  କାରକ ଏବଂ ସହରର ହୃଦରୋଗ ବିଶେଷଜ୍ଞମାନେ ଯୁବପୀଢୀଙ୍କୁ ଦୁଗ୍ଦ ଜାତୀୟ ଉତ୍ପାଦର, ଶୁଦ୍ଧ ଚିନି ଓ ମଇଦା ଓ ବେକେରୀ ଉତ୍ପାଦର କମ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି କାରଣ ଏହିସବୁ ଖାଦ୍ୟରେ ଟ୍ରାନ୍ସ ଫ୍ୟାଟର ପରିମାଣ ଯଥେଷ୍ଟ ଅଧିକ ରହିଛି । କାର୍ଯ୍ୟ କ୍ଷେତ୍ରରେ ଚାପ, ଖରାପ ଜୀବନଶୈଳୀ, କମ୍ ବ୍ୟାୟାମ, ଟ୍ରାନ୍ସ ଫ୍ୟାଟି ଖାଦ୍ୟର ଅଧିକ ବ୍ୟବହାର ଶରୀରରେ ଖରାପ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧିକରିବା ସହ ବ୍ୟକ୍ତିଙ୍କୁ ଉଚ୍ଚ ରକ୍ତଚାପ, ମଧୁମେହ ଓ ମେଦବହୁଳତାଭଳି ହୃଦ୍ରୋଗର ଅନ୍ୟାନ୍ୟ ବିପଦପୂର୍ଣ୍ଣ କାରକରେ ପ୍ରଭାବିତ କରିଥାଏ ।
କିମ୍ସ ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଏବଂ ଏସସିବି  ମେଡିକାଲ କଲେଜର ହୃଦରୋଗ ବିଭାଗର ଅବସରପ୍ରାପ୍ତ ମୁଖ୍ୟ ଡଃ ହୃଦାନନ୍ଦ ମିଶ୍ର କହିଛନ୍ତି, ଖରାପ ଜୀବନଶୈଳୀ ଓ କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକଚାପ କାରଣରୁ ବର୍ତ୍ତମାନ ୩୦ରୁ ୪୦ ବର୍ଷ ବୟସର ଅଧିକାଂଶ ପୁରୁଷ ଓ ମହିଳାଙ୍କ ହୃଦ୍ରୋଗର ଶିକାର ହେଉଛନ୍ତି । ଚାପ ଶରୀରରେ ବ୍ଲଡ୍ କୋଲେଷ୍ଟ୍ରଲ ସହ ଟ୍ରିଗ୍ଲି ସେରାଇଡ୍ସ, ବ୍ଲଡ୍ସୁଗାର ଓ ରକ୍ତ ଚାପକୁ ବୃଦ୍ଧିକରିଥାଏ । ଏଗୁଡିକ ହେଉଛି ସାଧାରଣ ବିପଦପୂର୍ଣ୍ଣ କାରଣ ଯାହାକି ହୃଦରୋଗ ହେବା ସ୍ଥିତିରେ ଏକ ପ୍ରମୁଖ ଭୂମିକା ଗ୍ରହଣକରିଥାଆନ୍ତି । କୋଲେଷ୍ଟ୍ରଲ ସ୍ତର ଅଧିକ ଥିବା ଲୋକଙ୍କ ପାଇଁ ଏକ ସୁସ୍ଥ ଜୀବନଶୈଳୀ ଅନୁସରଣ କରିବା ଅତ୍ୟନ୍ତ ଜରୁରୀ; ଯେଉଁଥିରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଓ ଦୈନିକ ବ୍ୟାୟାମ କରିବା ସାମିଲରହିଛି । ଏଥିସହିତ ଉଚ୍ଚ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣକରିବା ପାଇଁ ଷ୍ଟାଟିନ୍ସଭଳି ଔଷଧ ମଧ୍ୟ ଉପଲବ୍ଧ ରହିଛି ଯାହାକି ହୃଦରୋଗର ଶିକାର ହୋଇଥିବା ରୋଗୀଙ୍କଠାରେ ବ୍ଲଡ୍ କୋଲେଷ୍ଟ୍ରଲ୍ ସ୍ତରକୁ କମ୍ କରିବାରେ ଖୁବ୍ ଫଳପ୍ରଦ ହୋଇଥାଏ ।
ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ, ଡଃ ଦୀପକ ରଞ୍ଜନ ଦାସ ୪୦ ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କଠାରେ କୋରୋନାରି ହୃଦ୍ରୋଗ ମାମଲା ବୃଦ୍ଧି ପାଇବା ସମ୍ପର୍କରେ ମତରଖି କହିଛନ୍ତି, ବର୍ତ୍ତମାନ ସମୟରେ ଆମ ପାଖକୁ ୨୫ ବର୍ଷ ବୟସର ଯୁବପୀଢୀ ହୃଦ୍ଘାତର ଚିକିତ୍ସା ପାଇଁ ଆସୁଛନ୍ତି । ଗତ ବର୍ଷ ତୁଳନାରେ ଚଳିତବର୍ଷ ମୋଓପିଡିକୁ ଆସିଥିବା ଯୁବରୋଗୀଙ୍କ ସଂଖ୍ୟାରେ ପ୍ରାୟ ୧୫ରୁ ୨୦% ବୃଦ୍ଧି ହୋଇଛି । ନିକଟରେ ମୁଁଜଣେ ଫାଇନାଲ ଇୟର ଇଞ୍ଜିନିୟରିଂ ଛାତ୍ର (୨୪ ବର୍ଷ)ଙ୍କର ଚିକିତ୍ସା କରିଥିଲି ଯିଏକି ଏକ ବଡ ହୃଦ୍ଘାତର ଶିକାର ହୋଇଥିଲେ । ତାଙ୍କ ହୃଦୟକୁ ପହଞ୍ôଚଥିବା କ୍ଷତିର ଆକଳନ କରିବା ପାଇଁ ହୋଇଥିବା ପରୀକ୍ଷଣ ପରେ ଜଣାପଡିଥିଲା ଯେ, ତାଙ୍କର ଏଲ୍ଡିଏଲ୍ ସ୍ତର ଯେପରିକି ଖରାପ କୋଲେଷ୍ଟ୍ରଲ ମାତ୍ରା ଅତ୍ୟଧିକ ବଢି ଯାଇଥିଲା । କିନ୍ତୁ ତାଙ୍କର ହୃଦ୍ରୋଗ କିମ୍ବା ଉଚ୍ଚ ରକ୍ତଚାପର କୌଣସି ପାରିବାରିକ ଇତିହାସ ନଥିଲା । ତେବେ ଖରାପ ଜୀବନଶୈଳୀ, କମ୍ ବ୍ୟାୟାମ, ଜଙ୍କ୍ଫୁଡ୍ର ଅଧିକସେବନ, ଚାପ ଆଦି କାରଣରୁ ତାଙ୍କୁ ଏହି ସମସ୍ୟା ଭୋଗିବାକୁ ପଡିଥିଲା । ଏକ ସନ୍ତୁଳିତ ଆହାର ଓ ନିୟମିତ ବ୍ୟାୟାମ ପାଇଁ ସବୁବେଳେ ପରାମର୍ଶ ଦିଆଯାଇଥାଏ । ବର୍ତ୍ତମାନ ସମୟରେ ଖରାପ କୋଲେଷ୍ଟ୍ରଲ ସ୍ତରକୁ କମ୍କରିବା ପାଇଁ ସବୁଠାରୁ ଭଲ ଔଷଧ ହେଉଛି ଷ୍ଟାଟିନ୍ଏବଂ ପର୍ଯ୍ୟାୟକ୍ରମେ ଜଣେ ବ୍ୟକ୍ତିଙ୍କଠାରେ ହୃଦ୍ଘାତଭଳି ହୃଦୟ ସମ୍ବନ୍ଧିତ ରୋଗ ଗୁଡିକର ବିପଦକୁ କମ୍ କରିଥାଏ ।

Share It

Comments are closed.