କଟକ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନମ୍ବର ୧ ସିଏମ ପାଇଁ ଅଭିନନ୍ଦନ


କଟକ : ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଶୀର୍ଷକ ସ୍ଥାନ ହାସଲ କରିଥିବାବେଳେ ଏହାକୁ ନେଇ ଆଜି କଟକ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଯାଇଛି । କଟକ ବାଦାମବାଡି ଛକ ଠାରେ ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ-ଛାତ୍ର ଜନତା ଦଳର କାର୍ଯ୍ୟକର୍ତ୍ତା “ଆଓାର ସିଏ ଆଓାର ହିରୋ” ନାରା ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଁ ଆଜି ଓଡିଶା ସାରା ବିଶ୍ୱରେ ସୁନାମ ଅର୍ଜନ କରିପାରିଛି ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ-ଛାତ୍ର ଜନତା ଦଳର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମନୋଜ ମହାନ୍ତି, ମାନବେଶ ରୟ, ସିଦ୍ଧାର୍ଥ ରୟ, ଇମ୍ରାନ ଖାନ, ସ୍ମୃତିରଞ୍ଜନ ଦାସ, ଚିନ୍ମୟ ଦାସ, ଅଂଶୁମାନ ରଶ୍ମି ସାଗର, ଲୋକନାଥ ଲେଙ୍କା, ବିପ୍ଲବ ବେହେରା, ରାକେଶ ନାୟକ, ବିକ୍ରମ ଛଟୋଇ, ଭବାନୀ ଦାସ, ଶେଖର ସୁମନ, ଅପର୍ଣ୍ଣା ଦାସ, ପ୍ରୀତି ପ୍ରିୟଙ୍କା, ସୋନାଲି ସାହୁ, ରମେଶ କୁମାର, ଋପେଶ ମହାପାତ୍ର, ଅଭିନାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉକି, ନିକଟରେ ଏବିପି ଓ ସି ଭୋଟର୍ସ ପକ୍ଷରୁ ପ୍ରସ୍ତୁତ ତାଲିକାରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିବାବେଳେ ବର୍ତ୍ତମାନ ଦେଶର ପ୍ରତିଷ୍ଠିତ ମାଗାଜିନ ଇଣ୍ଡିଆ ଟୁଡେ ଗ୍ରୁପ ଏବଂ କାର୍ଭି ଇନସାଇଟ ପକ୍ଷରୁ ପ୍ରସ୍ତୁତ ଜାନୁଆରୀ ୨୦୨୧ ‘ମୁଡ ଅଫ ଦି ନେସନ’ ପୋଲରେ ନବୀନ ଶୀର୍ଷକ ସ୍ଥାନ ହାସଲ କରିଛନ୍ତି ।


Share It

Comments are closed.