ଏକ୍ସାଇଡ଼ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ


ଏକ୍ସାଇଡ଼ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଆଜି କଟକ ନାଗରିକଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଡ଼ିଜାଇନ କରାଯାଇଥିବା ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହା ମୂଖ୍ୟତଃ ସେମାନଙ୍କୁ ସେମାନଙ୍କର ଦୀର୍ଘ ଏବଂ ଖୁସି ଜୀବନ ଯାପନ ନିମନ୍ତେ ଆର୍ଥିକ ପ୍ରସ୍ତୁତି ଉପରେ ଶିକ୍ଷିତ କରାଇବ ।
୨୦୧୫ରୁ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ପରଠାରୁ, ଏକ୍ସାଇଡ଼ ଲାଇଫ ଇନସ୍ୟୁରାନ୍ସ ଦେଶରେ ଟାୟାର ୨ ଏବଂ ଟାୟାର ୩ ସହର ମାନଙ୍କରେ ଲୋକମାନଙ୍କ ସହିତ ଜଡ଼ିତ ହୋଇ ରହିଆସିଛି । ଏଥି ସହିତ ଏହା ଲୋକମାନଙ୍କୁ ଇନସ୍ୟୁରାନ୍ସର ଗୁରୁତ୍ୱ ଏବଂ ଭବିଷ୍ୟତ ପାଇଁ ସଠିକ୍ ଆର୍ଥିକ ଯୋଜନା କରିବା ନିମନ୍ତେ ଆବଶ୍ୟକିୟ ତଥ୍ୟ ପ୍ରଦାନ କରିସିଆସୁଛି ।
ସ୍ୱତନ୍ତ୍ରଭାବେ ଡ଼ିଜାଇନ କରାଯାଇଥିବା ଗ୍ରାହକ ସଚେତନତା କାର୍ଯ୍ୟକ୍ରମରେ କଥୋପକଥୋନ ଅଧ୍ୟାୟରେ ଅଡ଼ିଓ ଭିଜୁଆଲ ଏବଂ ପେପର ପେନସିଲ ୍କାର୍ଯ୍ୟକଳାପ ଅନ୍ତର୍ଭୂକ୍ତ । ଏଥିରେ ଦର୍ଶକମାନେ ମଣିଷ ଜୀବନର ମୂଲ୍ୟ ବିଷୟରେ ଅବଗତ ହୋଇପାରିବେ, ଯାହାକି ସେମାନଙ୍କୁ ଭବିଷ୍ୟତର ଆର୍ଥିକ ଆବଶ୍ୟକତା ଏବଂ ଏହାର ଗୁରୁତ୍ୱକୁ ନିଶ୍ଚିନ୍ତ କରାଇଥାଏ । ଏହି ପଦକ୍ଷେପ ଦ୍ୱାରା, ଏକ୍ସାଇଡ଼ ଲାଇଫ ଇନସ୍ୟୁରାନର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତୀୟଙ୍କୁ ଆର୍ଥିକ ସ୍ୱାଧୀନତା ପ୍ରଦାନ କରିବା ଏବଂ ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ।
ଏହି ଅବସରରେ, ମୋହିତ ଗୋଏଲ, ନିର୍ଦ୍ଦେଶକ – ମାର୍କେଟିଙ୍ଗ ଏବଂ ଡାଇରେକ୍ଟ ଚ୍ୟାନେଲ ଏକ୍ସାଇଡ ଼ଲାଇଫ ଇନସ୍ୟୁରାନ୍ସ, କହିଛନ୍ତି ଯେ, “ଏକ୍ସାଇଡ଼ ଲାଇଫ ଇନସ୍ୟୁରାନ୍ସରେ ଆମେ ବିଶ୍ୱାସକରୁଛୁ ଯେ, ପ୍ରତ୍ୟେକ ବ୍ୟକ୍ତି ଆର୍ଥିକ ସ୍ଥରରେ ମଜବୁତରହିବା ନିହାତି ଆବଶ୍ୟକ । ‘ଷ୍ଟାର୍ଟିଙ୍ଗ ୟର୍ଲି’, ‘ପାୱାର କମ୍ପାଉଣ୍ଡିଙ୍ଗ’, ‘ଆଡିକ୍ୱୁଏଟ ଲାଇଫ ଇନସ୍ୟୁରାନ୍ସ ’ଗୁଡିକହେଉଛିଏଭଳି ଏକ ଧାରଣା, ଯାହାକି ପ୍ରତ୍ୟେକ ଭାରତୀୟଙ୍କୁ ବୁଝାଇବା କଥା । ଭାରତରେ ମୁଖ୍ୟତଃ ଟାୟାର ୨ ଏବଂ ଟାୟାର ୩ ସହର ମାନଙ୍କରେ ଆର୍ଥିକ ସ୍ଥରରେ ଅଜ୍ଞ ଥିବା ବ୍ୟକ୍ତିଙ୍କୁ ଉତ୍ସାହିତ କରାଯାଉଛିକି, ନିଜର ଦୀର୍ଘ ଏବଂ ସୁଖମୟ ଜୀବନରେ ଆର୍ଥିକ ସ୍ଥରରେ ଯୋଜନା ପ୍ରସ୍ତୁତ କରିବା ପାଇଁ ଏହା କିପରି ଆପଣଙ୍କୁ ସାହାଯ୍ୟ କରୁଛି । ”


Share It

Comments are closed.