କ୍ୟୁରିଅସ୍ କବ୍‌ସ ପ୍ରି-ସ୍କୁଲ୍‌ର ନୂଆ କେନ୍ଦ୍ର ସମ୍ବଲପୁରରେ ଉଦ୍‌ଘାଟିତ


ସମ୍ବଲପୁର: କ୍ୟୁରିଅସ୍ କବ୍‌ସ ପ୍ରି-ସ୍କୁଲ୍ ହେଉଛି ପୂର୍ବ ଭାରତ ଓ ଦେଶର ଅନ୍ୟ ପ୍ରାନ୍ତ ମଧ୍ୟରେ ଆଦ୍ୟ ବାଲ୍ୟକାଳ ଶିକ୍ଷାର ଗୁଣାତ୍ମକ ମାନରେ ରହିଥିବା ଅଭାବକୁ ଦୂର କରିବା ଲାଗି ଏକ ଅଭିଯାନ । ଏହା ସମ୍ବଲପୁରଠାରେ ଏହାର ନୂତନ କେନ୍ଦ୍ର ସ୍ଥାପନ କରିଛି । ଗତ ସପ୍ତାହରେ ଏହା ଝାରସୁଗୁଡ଼ା କେନ୍ଦ୍ରକୁ ଉଦଘାଟନ କରିଥିଲା ।

ଜୁଲାଇ ୨୪, ୨୦୨୨ରେ ସମ୍ବଲପୁରର ଚେରୁଆପଡ଼ାରେ କ୍ୟୁରିଅସ୍ କବ୍‌ସ ପ୍ରି-ସ୍କୁଲର ନୂଆ କେନ୍ଦ୍ରକୁ ଡକ୍ଟର ରାଶେଶ୍ୱରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ଏହା ସମ୍ବଲପୁରରେ କ୍ୟୁରିଅସ୍ କବ୍‌ସର ଦ୍ୱିତୀୟ ଶାଖା ହୋଇଥିବା ବେଳେ ସମ୍ବଲପୁର, ରାଉରକେଲା, ଭୁବନେଶ୍ୱର ଓ ଝାରସୁୁଗୁଡ଼ା ପରେ ଓଡ଼ିଶାର ପଂଚମ କେନ୍ଦ୍ର ଓ ୬୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଅନ୍ୟତମ ଅଗ୍ରଣୀ ପ୍ରି-ସ୍କୁଲ୍‌ରେ ପରିଣତ ହୋଇଛି ।
କ୍ୟୁରିଅସ୍ କବ୍‌ସର ସହ ପ୍ରତିଷ୍ଠାତା ଓ ସହ ଅଧ୍ୟକ୍ଷା ମିସ୍ ଦେବଶ୍ରୀ ଦେବଯାନି ନିଜ ଅଭିଭାଷଣରେ କହିଛନ୍ତି ଯେ ଏହି ସ୍କୁଲର ଯାତ୍ରା ୭ ଜଣ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ ହୋଇ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ୫ଟି କେନ୍ଦ୍ରରେ ପହଂଚିଛି । ଏହା ହେଉଛି ସମ୍ପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଥିବା ସଂସ୍ଥା ଯାହାର ୮୦ରୁ ଅଧିକ ମହିଳା ଷ୍ଟାଫ୍ ରହିଛନ୍ତି । ଭାରତର ୧୫୦୦ରୁ ଅଧିକ ଏକ୍‌ସିଡ୍ ସ୍କୁଲ୍ ମଧ୍ୟରେ ଶ୍ରେଷ୍ଠ ୨୫ ପ୍ରେରଣାଦାୟୀ ସ୍କୁଲ ମଧ୍ୟରେ ଏହା ସ୍ଥାନ ପାଇଥିଲା । “୨୫ ଷ୍ଟୋରିଜ୍ ଆବାଉଟ୍ ଏ ମିଲିଅନ୍ ଚିଲ୍‌ଡ୍ରେନ୍‌’ ପୁସ୍ତକରେ ନିକଟରେ ତାହା ପ୍ରକାଶ ପାଇଥିଲା ।

କ୍ୟୁରିଅସ୍ କବ୍‌ସ ପ୍ରି-ସ୍କୁଲର ସହ ପ୍ରତିଷ୍ଠାତା ଶ୍ରୀ ସାରାଂଶ ପାନ୍‌ସାରି କହିଛନ୍ତି ଯେ, “କ୍ୟୁରିଅସ୍ କବ୍‌ସ ପ୍ରି-ସ୍କୁଲ ହେଉଛି ପଶ୍ଚିମ ଓଡ଼ିଶାର ଅଗ୍ରଣୀ ଓ ଅନ୍ୟତମ ପ୍ରିମିୟମ୍ ପ୍ରି-ସ୍କୁଲ ଓ ଏହାର ଉପସ୍ଥିତି ସମ୍ବଲପୁର, ରାଉରକେଲା, ଭୁବନେଶ୍ୱର ଓ ଏବେ ଝାରସୁଗୁଡ଼ାରେ ରହିଛି । ଏହା ନିଜର ଆନ୍ତର୍ଜାତିକ ପାଠ୍ୟକ୍ରମ, ଉନ୍ନତ ଭିତିଭୂମି ଓ ଅଭିନବ ଶିକ୍ଷାଦାନ ପଦ୍ଧତି ପାଇଁ ପରିଚିତ ।’’

୧:୧୦ ଶିକ୍ଷକ ଛାତ୍ରଛାତ୍ରୀ ଅନୁପାତ ସହିତ ଆମେ ପାରମ୍ପରିକ ଶିକ୍ଷାଦାନ ପଦ୍ଧତିକୁ ବଦଳାଇବାକୁ ଚାହୁଁଛୁ । ଆମର ଶିକ୍ଷକମାନେ ପରୀକ୍ଷାମୂଳକ ଉପାୟରେ ପାଠ ପଢ଼ାଉଛନ୍ତି ଯାହା କେବଳ “କହିବା’ ଶିକ୍ଷାଦାନ ପଦ୍ଧିିକୁ ବଦଳାଇଛି । ଆମେ ଗୁଣାତ୍ମକ ଶିକ୍ଷାଦାନ କରୁଥିବା ବେଳେ ଚାପ ମୁକ୍ତ ଓ ସହାୟକ ପରିବେଶ ପ୍ରଦାନ କରୁଛୁ । ଦେଶର ଶ୍ରେଷ୍ଠ ସ୍କୁଲର ଶିକ୍ଷା ବିଶେଷଜ୍ଞମାନଙ୍କ ଦ୍ୱାରା ଆମ ଶିକ୍ଷକମାନେ ତାଲିମପ୍ରାପ୍ତ । ଆମେ ଖୁସି ବ୍ୟକ୍ତି ପ୍ରସ୍ତୁତ କରିବା ଉପରେ ବିଶ୍ୱାସ କରୁ ଏବଂ ପିଲାମାନଙ୍କ ସାମଗ୍ରିକ ବିକାଶ ଉପରେ ଆମେ ଗୁରୁତ୍ୱ ଦେଉଛୁ । ପିଲାମାନଙ୍କ ସୁରକ୍ଷା ଓ ଆରାମ ଉପରେ ମଧ୍ୟ ଆମେ ଧ୍ୟାନ ଦେଉଛୁ । ଆମ କ୍ୟାମ୍ପସରେ ସିସିଟିଭି ଲାଗିଛି ଏବଂ ଆମର ସବୁ ଶ୍ରେଣୀ ଗୃହରେ ଏସି ରହିଛି । ଆମେ ଆଦ୍ୟ ବାଲ୍ୟବସ୍ଥା ଶିକ୍ଷା କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରିବାକୁ ଚାହୁଁଛୁ ।


Share It

Comments are closed.