କିଓରଫୁଡସ ଇଣ୍ଡିଆ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ
ଭୁବନେଶ୍ୱର: ମଲ୍ଟି ବ୍ରାଣ୍ଡ୍ ଖାଦ୍ୟ ସେବା କମ୍ପାନି କିଓରଫୁଡସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି।୨୦୨୪ ଆର୍ôଥକ ବର୍ଷରେ ପରିଚାଳନାରୁ ରାଜସ୍ୱ ଦୃଷ୍ଟିରୁ କିଓରଫୁଡସ ହେଉଛି ଭାରତର ଦ୍ୱିତୀୟ ବୃହତମ ଡିଜିଟାଲ ପ୍ରଥମ ଖାଦ୍ୟ ସେବା କମ୍ପାନି।
ଏହି ଇସ୍ୟୁରେ ୮୦୦ କୋଟି ଟଙ୍କାର ନୂଆ ସେୟାର ଜାରି କରାଯିବ ଏବଂ ଅଫର ଫର ସେଲରେ ଅଂଶଧନକାରୀମାନେ ୪୮,୫୩୭,୫୯୯ ଇକ୍ୱିଟି ସେୟାର ବିକ୍ରି କରିବେ। ଆଇରନ ପିଲାର ପିସିସି ପକ୍ଷରୁ ୧୯,୦୮୮,୬୭୦ ଇକ୍ୱିଟି ସେୟାର, କ୍ରିମସନ ୱିଂଟର ଲିମିଟେଡ ପକ୍ଷରୁ ୯,୭୫୯,୬୬୦ ଇକ୍ୱିଟି ସେୟାର, ଆସେଲ ଇଣ୍ଡିଆ ୫ (ମରିସସ) ଲିମିଟେଡ ପକ୍ଷର ୪,୫୭୫,୩୩୦ ଇକ୍ୱିଟି ସେୟାର, ଚିରାତାଇ ଭେଂଚର୍ସ ଇଣ୍ଡିଆ ଫଣ୍ଡ ୪ ପକ୍ଷରୁ ୩,୬୬୬,୦୨୦ ଇକ୍ୱିଟି ସେୟାର, ଗ୍ଲୋବାଲ ଇ-କମର୍ସ କନସୋଲିଡେସନ ଫଣ୍ଡ ପକ୍ଷରୁ ୩,୫୨୪,୨୧୩ ଇକ୍ୱିଟି ସେୟାର, ଆଲଟେରିଆ କ୍ୟାପିଟାଲ ଫଣ୍ଡ-୨ ସ୍କିମ ୧ ପକ୍ଷରୁ ୧,୪୩୧,୧୫୦ ଇକ୍ୱିଟି ସେୟାର, କିଓରଫିଟ ହେଲଥକେୟାର ପ୍ରାଇଭେଟ ଲିମିଟେଡ ପକ୍ଷରୁ ୧,୨୮୧,୫୧୦ ଇକ୍ୱିଟି ସେୟାର, ଶ୍ରୀପଦ କ୍ରିଷ୍ଣା ନାଦକର୍ଣ୍ଣିଙ୍କ ପକ୍ଷରୁ ୧,୧୫୪,୪୯୦ ଇକ୍ୱିଟି ସେୟାର, ହରାଇଜନ ଟେକ୍ନୋ ପିଟିଇ ଲିମିଟେଡ ପକ୍ଷରୁ ୯୩୦,୯୦୦ ଇକ୍ୱିଟି ସେୟାର ଓ ଜାଇଫର ପିକକ ଇଣ୍ଡିଆ ଗ୍ରୋଥ ଫଣ୍ଡ ପକ୍ଷରୁ ୩୩୫,୦୩୭ ଇକ୍ୱିଟି ସେୟାର ବିକ୍ରି କରାଯିବ।
ଏହି ଅଫରରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, ସେଥିରୁ ୧୫୨.୫୪ କୋଟି ଟଙ୍କାକୁ କମ୍ପାନି ସମ୍ପ୍ରସାରଣ ଓ ଉପକରଣରେ ବ୍ୟବହାର କରାଯିବ। ନୂଆ କ୍ରିସପି କ୍ରିମ କ୍ଳାଉଡ କିଚେନ, ରେସ୍ତୋରାଁ, କିଓସ୍କ ଓ ସେଂଟ୍ରାଲ କିଚେନ ସ୍ଥାପନ କରିବାରେ ୧୨୬.୩୨ କୋଟି ଟଙ୍କା, ନୂଆ ବ୍ରାଣ୍ଡ ଜରିଆରେ କ୍ଲାଉଡ କିଚେନର ସମ୍ପ୍ରସାରଣ କରିବାରେ ୧୯.୯୧ କୋଟି ଟଙ୍କା ଏବଂ ମେସିନ୍ ଓ ଉପକରଣ କିଣିବାରେ ୬.୩୧ କୋଟି ଟଙ୍କାକୁ ବ୍ୟବହାର କରାଯିବ।
କିଓରଫୁଡସ ୨୦୨୫ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସେବା ପ୍ରଦାନ କରୁଥିବା ସ୍ଥାନଗୁଡ଼ିକର ଦୃଷ୍ଟିରୁ ଭାରତର ଶୀର୍ଷ ଦୁଇଟି କ୍ଲାଉଡ୍ କିଚନ୍ କମ୍ପାନି ମଧ୍ୟରେ ଅନ୍ୟତମ। ୨୦୨୫ ଆର୍ôଥକ ବର୍ଷରେ ପରିଚାଳନା ଆୟ ଆଧାରରେ ଏହା ଦେଶର ଦ୍ରୁତତମ ଅଭିବୃଦ୍ଧି ହାସଲ କରିଥିବା ଖାଦ୍ୟ ସେବା କମ୍ପନି ଏବଂ ଭାରତର ପ୍ରଥମ ଖାଦ୍ୟ ସେବା କମ୍ପାନି ଭାବରେ ପ୍ରଥମ ପାଂଚ ବର୍ଷ ମଧ୍ୟରେ ୭,୫୦୦ ନିୟୁତ ଟଙ୍କାର ବାର୍ଷିକ ଆୟ ଅତିକ୍ରମ କରିଛି।
କିଓରଫୁଡ୍ସର ମୁଖ୍ୟ ବ୍ରାଣ୍ଡଗୁଡ଼ିକ ମଧ୍ୟରେ ରହିଛି ଇଟ୍ ଫିଟ୍, କେକ୍ ଜୋନ୍, ନୋମାଡ୍ ପିଜା, ସରିଫ୍ ଭାଇ ବିରିଆନି, ଓଲିଓ ପିଜା, ଫ୍ରୋଜେନ୍ ବୋତଲ୍, ମିଲେଟ୍ ଏକ୍ସପ୍ରେସ୍, ଏବଂ କ୍ରିସ୍ପି କ୍ରିମ୍। ୨୦୨୫ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କିଓରଫୁଡସର ଭାରତର ୭୦ରୁ ଅଧିକ ସହର ଏବଂ ନଗଦଗୁଡ଼ିକରେ ୫୦୨ଟି ସ୍ଥାନରେ ଉପସ୍ଥିତି ରହିଛି। ଏହାର ଅଫଲାଇନ୍ ନେଟୱାର୍କରେ ପାଂଚଟି ସେଂଟ୍ରାଲ କିଚନ୍, ୨୮୧ଟି କ୍ଲାଉଡ୍ କିଚନ୍, ୯୯ଟି କିଓସ୍କ୍, ୧୨୨ଟି ରେଷ୍ଟୁରାଂଟ ଏବଂ ୧୩ଟି ଗୋଦାମ ରହିଛି।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଜେଏମ ଫାଇନାନ୍ସିଆଲ ଲିମିଟେଡ, ଆଇଆଇଏଫଏଲ କ୍ୟାପିଟାଲ ସର୍ଭିସେସ ଲିମିଟେଡ ଓ ନୁଭାମା ୱେଲଥ ମ୍ୟାନେଜମେଂଟ ଲିମିଟେଡ।
Comments are closed.