କ୍ରୋମା ପକ୍ଷରୁ ସମସ୍ତ ଷ୍ଟୋର, ଟ୍ରାଇବ ବାଏ କ୍ରୋମା, କ୍ରୋମା ଡଟ କମ ଓ ଟାଟା ନିଉରେ ଆଇଫୋନ ୧୭ ଉପରେ ଅଫର ଘୋଷଣା

Share It

 

ଭୁବନେଶ୍ୱର/କଟକ: ଟାଟା ଗ୍ରୁପର ଓମନି ଚ୍ୟାନେଲ ଇଲେକ୍ଟ୍ରୋନିକ୍ ରିଟେଲର କ୍ରୋମା ପକ୍ଷରୁ ଏହାର ସମସ୍ତ କ୍ରୋମା ଷ୍ଟୋର, ଟ୍ରାଇବ ବାଏ କ୍ରୋମା ଆଉଟଲେଟ, କ୍ରୋମା ଡଟ କମ ଓ ଟାଟା ନିଉ ଆପରେ ଆଇଫୋନ ୧୭ ବର୍ଗମାଳା ଉପରେ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି। ଏହି ବିକ୍ରି ଅଭିଯାନ ସେପ୍େଟମ୍ବର ୧୯ରୁ ଆରମ୍ଭ ହୋଇ ୨୭ ପର୍ଯ୍ୟନ୍ତ ଚାଲିବ। ଏହା ପରେ ଅଫର ଅବଧିକୁ ଅକ୍ଟୋବର ୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯିବ, ଯେଉଁଥିରେ କିଛି ନିର୍ଦ୍ଦିଷ୍ଟ ଲାଭ ଜାରି ରହିବ।
ଗ୍ରାହକମାନେ ସାରା ଦେଶରେ ଥିବା ୫୬୦ରୁ ଅଧିକ କ୍ରୋମା ଷ୍ଟୋର, ୨୦୬ଟି ସହରରେ ଥିବା ଟ୍ରାଇବ ବାଏ କ୍ରୋମା କିମ୍ବା କ୍ରୋମା ଡଟ କମ ଓ ଟାଟା ନିଉ ଆପ ଜରିଆରେ ଆଇଫୋନ ୧୭ କିଣିପାରିବେ। ଟ୍ରାଇବ ବାଏ କ୍ରୋମାରେ ତାଲିମପ୍ରାପ୍ତ ବିଶେଷଜ୍ଞ, ଆପଲର ପୂର୍ଣ୍ଣ ବର୍ଗମାଳା ସହ ପ୍ରିମିୟମ ସପିଂ ଅନୁଭୂତି ପ୍ରଦାନ କରାଯାଉଛି। ସେଠାରେ ଗ୍ରାହକମାନେ ନିଜ ପସନ୍ଦର ଫୋନ ଚୟନ କରିବା ବେଳେ ବିଶେଷଜ୍ଞଙ୍କ ସହାୟତା ପାଇପାରିବେ।
୨୦୨୫ ସେପ୍େଟମ୍ବରର ୧୯ରୁ ୨୭ ପର୍ଯ୍ୟନ୍ତ ଗ୍ରାହକମାନେ କ୍ରୋମା ଷ୍ଟୋର, ଟ୍ରାଇବ ବାଏ କ୍ରୋମା, କ୍ରୋମା ଡଟ କମ ଓ ଟାଟା ନିଉ ଆପରେ ଯୋଗ୍ୟ ଆଇଫୋନ ମଡେଲର ସପିଂ ବେଳେ ୧୨ ହଜାର ଟଙ୍କାର ଏକ୍ସଚେଂଜ ବୋନସ, ଟାଟା ନିଉ ଏଚଡିଏଫସି କାର୍ଡରେ ୧୦% ନିଉକଏନ ଏବଂ ‘ନୋ କଷ୍ଟ ଇଏମଆଇ’ ସୁବିଧା ପାଇପାରିବେ। ଏହି ଅବସରରେ ଏକ ସ୍ୱତନ୍ତ୍ର ଅଫର ରହିଛି ଯେଉଁଥିରେ ଗ୍ରାହକମାନେ କେତେକ ନିର୍ଦ୍ଦିଷ୍ଟ ଆପଲ ଆସେସୋରି ଉପରେ ୨୦% ପର୍ଯ୍ୟନ୍ତ ରିହାତି ପାଇପାରିବେ ଯାହା କେସ, ଚାର୍ଜର ଓ ଅଡିଓ ଗିୟର ସହ ଆଇଫୋନ ସେଟଅପକୁ ସମ୍ପୂର୍ଣ୍ଣ କରିବ।
ଏହି ଅବସରରେ ଇନଫିନିଟି ରିଟେଲ ଲିମିଟେଡର ପ୍ରବକ୍ତା କହିଛନ୍ତି ଯେ, “ଏକ୍ସଚେଂଜ ଉପରେ ଶ୍ରେଷ୍ଠ ମୂଲ୍ୟ, ସ୍ୱଚ୍ଛ ଫାଇନାନ୍ସ ବିକଳ୍ପ, ନିଶ୍ଚିତ ଆସେସୋରି ଓ ବିଶେଷଜ୍ଞ ମାର୍ଗଦର୍ଶନ ସହ ସବୁଠୁ ଭରସାଯୋଗ୍ୟ ଆଇଫୋନ କିଣିବା ଅନୁଭୂତି ହାସଲ କରିବା ଲାଗି ପ୍ରତିବର୍ଷ କ୍ରୋମାକୁ ଲୋକମାନେ ଚାହିରହିଥାନ୍ତି। ଆମର ସ୍ୱତନ୍ତ୍ର ଆଇଫୋନ ୧୭ ଅଫର ସହିତ ଆମେ ଆମର ପ୍ରତିଟି ଚ୍ୟାନେଲ କ୍ରୋମା ଷ୍ଟୋର, ଟ୍ରାଇବ ବାଏ କ୍ରୋମା, କ୍ରୋମା ଡଟ କମ ଓ ଟାଟା ନିଉ ଆପରେ ଅପଗ୍ରେଡ ଯାତ୍ରାର ସରଳୀକରଣ କରିଛୁ, ଯାହା ଫଳରେ ଗ୍ରାହକମାନେ ସେମାନଙ୍କ ପସନ୍ଦର ଆଇଫୋନ ନେଇପାରିବେ ଏବଂ ଅର୍ଥପୂର୍ଣ୍ଣ ସଂଚୟ ଓ ରିୱାର୍ଡ ପାଇପାରିବେ।”


Share It

Comments are closed.