ବିବାହ ବନ୍ଧନରେ ବାନ୍ଧି ହେଲେ ମନିଷ


ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ମନିଷ ପାଣ୍ଡେ ଗତ ରବିବାର ଦିନ ସଜଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଫାଇନାଲ ମ୍ୟାଚ ଖେଳିଥିଲେ । କର୍ଣ୍ଣାଟକ ପାଇଁ ଭାରତୀୟ ଦଳର ଖେଳାଳୀ ମନିଷ ପାଣ୍ଡେ ଅଧିନାୟକତ୍ୱ କରୁଥିବାବେଳେ ସେ ନଟଆଉଟ ରହି ୬୦ ରନର ପାଳି ଖେଳିଥିଲେ, ଯାହାକି ଶେଷ ପର୍ଯ୍ୟନ୍ତ ଦଳକୁ ଜିତାଇବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା ।
ଗତ ରବିବାର ମନିଷ, ସଜଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ନିଜ ଦଳକୁ ଚମ୍ପିଆନ କରାଇବା ପରେ ଆଜି ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମନିଷଙ୍କ ଘର ବାଙ୍ଗାଲୋରରେ ହୋଇଥିବାବେଳେ ସେ କିନ୍ତୁ ମୁମ୍ବାଇରେ ବିବାହ କରିଛନ୍ତି । ମନିଷ, ତାମିଲି ଅଭିନେତ୍ରୀ ଆଶ୍ରିତାଙ୍କୁ ବିବାହ କରିବାକୁ ଯାଉଛନ୍ତି । ମନିଷ ଭାରତ ପାଇଁ ୨୩ଟି ଆନ୍ତର୍ଜାତିକ ଦିନିକିଆ ଏବଂ ୩୨ଟି ଟି-୨୦ ଆନ୍ତର୍ଜାତିକ ମ୍ୟାଚ ଖେଳି ସାରିଛନ୍ତି ।
ସେହିଭଳି ଆଶ୍ରିତା, ୨୦୧୨ରେ ପ୍ରଥମଥର ଫିଲ୍ମ ଜଗତରେ ପାଦ ଥାପିଥିବାବେଳେ ତାଙ୍କ ପ୍ରଥମ ଫିଲ୍ମ ‘ତେଲିକେଡା ବୋଲି’ ଥିଲା ।


Share It

Comments are closed.