କୋହଲିଙ୍କୁ ଅଧିନାୟକ ପଦ ଛାଡିବା ପାଇଁ ଆହ୍ୱାନ ଦେଲେ ଗମ୍ଭୀର


ବିରାଟ କୋହଲିଙ୍କ ଅଧିନାୟତ୍ବରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର(ଆରସିବି)ର ଆଇପିଏଲ ଯାତ୍ରା ଶେଷ ହୋଇଛି। ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍) ବିରୋଧରେ ଶୁକ୍ରବାର ଏଲିମିନେଟର ମୁକାବିଲା ହାରିବା ସହିତ କୋହଲିଙ୍କ ଟ୍ରଫି ଜିତିବାର ସ୍ୱପ୍ନ ପୁଣିଥରେ ଭାଙ୍ଗିଯାଇଛି। ବିରାଟ କୋହଲି ୨୦୧୩ ରେ ପୂର୍ଣ୍ଣ ଭାବରେ ଆରସିବିରେ ଅଧିନାୟକତ୍ୱ ଗ୍ରହଣ କରିଥିଲେ। ତାଙ୍କର ନେତୃତ୍ୱରେ ଟିମ୍ ସେବେଠାରୁ କେବଳ ଥରେ ୨୦୧୬ରେ ଫାଇନାଲରେ ପହଁଞ୍ଚିଥିଲା, କିନ୍ତୁ ଏପର୍ଯ୍ୟନ୍ତ ଗୋଟିଏ ବି ଟ୍ରଫି ଜିତି ପାରିନାହାନ୍ତି। ଏହାକୁ ନେଇ କୋହଲିଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର। ଗମ୍ଭୀରଙ୍କ ମତରେ ବିରାଟ କୋହଲିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଟିମ୍‌ର ଅଧିନାୟକତ୍ୱ ଛାଡିଦେବା ଦରକାର। ଗମ୍ଭୀର କହିଛନ୍ତି, ୮ ବର୍ଷ ଖୁବ୍ ଲମ୍ବା ସମୟ ହୋଇଥାଏ ଓ ଯଦି ଟିମ୍ ଏହି ସମୟସୀମାରେ ଗୋଟିଏ ବି ଟ୍ରଫି ଜିତିବାରେ ବିଫଳ ରୁହେ ତେବେ କ୍ୟାପଟେନ୍ ଉତ୍ତରଦାୟୀ ହେବା ଦରକାର। କୋଲକାତା ନାଇଟ ରାଇଡର୍ସ(କେକେଆର)କୁ ଦୁଇଥର ଚମ୍ପିଆନ୍ କରିଥିବା ପୂର୍ବତନ କ୍ୟାପଟେନ୍ ଗୌତମ ଗମ୍ଭୀର କ୍ରିକ୍ଇନଫୋକୁ ଲାଇଭ ଇଣ୍ଟରଭ୍ୟୁରେ ଏଭଳି କହିଛନ୍ତି। ସେ କହିଛନ୍ତି- ଏହା ଏକ ସୁଯୋଗ, କୋହଲି ଆଗକୁ ଆସନ୍ତୁ ଓ ଏହି ପରିଣାମ ପାଇଁ ନିଜେ ଉତ୍ତରଦାୟୀ ବୋଲି ସ୍ୱୀକାର କରନ୍ତୁ।।’

ଯଦି ସେ ଫ୍ରାଞ୍ଚାଇଜର ପ୍ରଭାରି ହୁଅନ୍ତି, ତେବେ କ୍ୟାପଟେନ୍ ବଦଳାଇ ଦେଇଥାନ୍ତେ କି? ଏହାର ଉତ୍ତରରେ ଗମ୍ଭୀର କହିଛନ୍ତି-୧୦୦ ପ୍ରତିଶତ, କାରଣ ସମସ୍ୟା ଉତ୍ତରଦାୟୀ ବିଷୟରେ ରହିଛି। ଟୁର୍ଣ୍ଣାମେଣ୍ଟରେ ୮ ବର୍ଷ(ବିନା ଟ୍ରଫି), ଏହା ବହୁତ ଲମ୍ବା ସମୟ ଅଟେ। ମୋତେ କୌଣସି ଅନ୍ୟ କ୍ୟାପଟେନ୍ କୁହନ୍ତୁ… କ୍ୟାପଟେନଙ୍କ ବିଷୟରେ ଭୁଲି ଯାଆନ୍ତୁ,ମୋତେ ଆଉ ଅନ୍ୟ କେହି ଖେଳାଳି କୁହନ୍ତୁ, ଯାହାଙ୍କୁ ୮ ବର୍ଷ ହୋଇଯାଇଛି ଓ ଟ୍ରଫି ନଜିତିଛନ୍ତି ଓ ଏବେ ବି ଅଛନ୍ତି ଟିମର କ୍ୟାପଟେନ୍ ଅଛନ୍ତି… ସେ ଉତ୍ତରଦାୟୀ ହେବା ଦରକାର। ଜଣେ କ୍ୟାପଟେନଙ୍କୁ ଉତ୍ତରଦାୟୀ ହେବା ଦରକାର।’ ଏହା କେବଳ ଗୋଟିଏ ବର୍ଷର କଥା ନୁହେଁ… ନା କେବଳ ଏହି ବର୍ଷର। ମୁଁ ବିରାଟ କୋହଲିଙ୍କ ବିରୋଧରେ ନାହିଁ, କିନ୍ତୁ କେଉଁଠି ନା କେଉଁଠି ତାଙ୍କୁ ସ୍ୱୀକାର କରିବା ଦରକାର ଓ ସେ କୁହନ୍ତୁ- ହଁ ମୁଁ ଦାୟୀ, ମୁଁ ଉତ୍ତରଦାୟୀ ଅଟେ। ୮ ବର୍ଷ ଖୁବ୍ ଦୀର୍ଘ ସମୟ ହୋଇଥାଏ। ଦେଖନ୍ତୁ, ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସହିତ କ’ଣ ହୋଇଥିଲା। ଦୁଇ ବର୍ଷର ଅଧିନାୟକତ୍ୱ(କିଙ୍ଗସ୍ ଇଲେଭେନ୍ ପଞ୍ଜାବ ପାଇଁ) ରେ ସେ ଫଳାଫଳ ଦେଇପାରିଲେନି, ସେଥିପାଇଁ ତାଙ୍କୁ ହଟାଇ ଦିଆଗଲା।

ଆମେ ଏମଏସ୍ ଧୋନିଙ୍କ ବିଷୟରେ କହୁ, ଆମେ ରୋହିତ ଶର୍ମାଙ୍କ ବିଷୟରେ କହୁ, କିନ୍ତୁ ବିରାଟ କୋହଲିଙ୍କ ବିଷୟରେବିଲକୁଲ ନୁହେଁ। ଧୋନି ୩ଟି ଓ ରୋହିତ ୪ଟି ଆଇପିଏଲ ଟ୍ରଫି ଜିତିଛନ୍ତି, ଏହି କାରଣରୁ ଦୀର୍ଘ ବର୍ଷ ଧରି ସେମାନେ କ୍ୟାପଟେନ୍ ଅଛନ୍ତି। ରୋହିତ ଶର୍ମା ଯଦି ୮ ବର୍ଷ ଭିତରେ କିଛି ଦେଇନଥାନ୍ତେ, ତେବେ ତାଙ୍କୁ ମଧ୍ୟ ହଟେଇ ଦିଆଯାଇଥାନ୍ତା। ଅଲଗା ଅଲଗା ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ମାପଦଣ୍ଡ ରହିବା ଉଚିତ୍ ନୁହେଁ। ସମସ୍ୟା ଓ ଉତ୍ତରଦାୟୀ ଶୀର୍ଷରୁ ଆରମ୍ଭ ହୋଇଥାଏ। ନା ମ୍ୟାନେଜମେଣ୍ଟ ନା ସର୍ପୋଟ ଷ୍ଟାଫଙ୍କଠାରୁ, ବଂର ଲିଡରଙ୍କଠାରୁ… ଆପଣ ନେତୃତ୍ୱକର୍ତ୍ତା ଅଟନ୍ତି। ଆପଣଙ୍କୁ ଯଦି ପ୍ରଶଂସା ମିଳୁଛି ସମାଲୋଚନା ସହିବାକୁ ମଧ୍ୟ ପ୍ରସ୍ତୁତ ହେବା ଦରକର ବୋଲି ଗମ୍ଭୀର କହିଛନ୍ତି।


Share It

Comments are closed.