ଅଷ୍ଟ୍ରେଲିଆ ଷ୍ଟାଡିୟମରେ କ୍ରିକେଟ ଦେଖିବା ପାଇଁ ଦର୍ଶକଙ୍କୁ ମିଳିପାରେ ଅନୁମତି


ମାର୍ଚ୍ଚରେ ସାରାବିଶ୍ୱ ମହାମାରୀ ଦ୍ୱାରା ସଂକ୍ରମିତ ହେବା ପରେ ପ୍ରଥମଥର ପାଇଁ ଆନ୍ତର୍ଜାତିକ କ୍ରିକେଟ୍‍ ମ୍ୟାଚ୍‍ ଦେଖିବାକୁ ଯାଉଛନ୍ତି ଦର୍ଶକ। କ୍ରିକେଟ୍‍ ଅଷ୍ଟ୍ରେଲିଆ ଚଳିତମାସ ଷ୍ଟାଡିୟମ୍‍ର ଗ୍ୟାଲେରୀକୁ କିଛି ସୀମିତ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛି। ଚଳିତମାସ ଶେଷଆଡ଼କୁ ବ୍ରିସବନରେ ଘରୋଇ ଅଷ୍ଟ୍ରେଲିଆ ଓ ପଡ଼ୋଶୀ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍‍ ଦଳ ମଧ୍ୟରେ ଆନ୍ତର୍ଜାତିକ ସିରିଜ୍‍ ଖେଳାଯିବାକୁ ଯାଉଛି। ଏହି ସିରିଜ୍‌ରେ ମ୍ୟାଚ୍‍ ଦେଖିବାକୁ ଦର୍ଶକଙ୍କୁ ଅନୁମତି ମିଳିବ। ତେବେ ଦର୍ଶକଙ୍କୁ ହୋ ହଲ୍ଲା କରିବାର ଅନୁମତି ମିଳିବ ନାହିଁ। ଚିତ୍କାର ବା ହୋ ହଲ୍ଲା କରିବା ଦ୍ୱାରା ପାଟିର ଭୂତାଣୁ ବାହାରକୁ ଆସିଯିବାର ଆଶଙ୍କା ରହିଛି। ଷ୍ଟାଡିୟମରେ ଥିବା ଆସନର ୫୦ ପ୍ରତିଶତ ଟିକଟ ବିକ୍ରି ପାଇଁ ଛଡ଼ାଯିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ଟ୍ୱେଣ୍ଟି-୨୦ ମ୍ୟାଚ୍‍ର ସମସ୍ତ ଟିକଟ ବିକ୍ରି ହୋଇଯାଇଛି। ସମସ୍ତ ଟିକଟ ଅନ୍‍ଲାଇନ୍‍ ବିକ୍ରି ହୋଇଛି। ଟିକଟ କିଣିଥିବା ଦର୍ଶକ ଷ୍ଟାଡିୟମ୍‍ ଫାଟକ ନିକଟରେ ଥିବା ଯନ୍ତ୍ରରେ ଟିକଟ ସ୍ୱାଇପ୍‍କରି ଷ୍ଟାଡିୟମ୍‍ ମଧ୍ୟକୁ ପ୍ରବେଶ କରିପାରିବେ। ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ୍‍ ଦଳର ଖେଳାଳି ଏବେ ବ୍ରିସ୍‍ବେନ୍‍ରେ ସଂଗରୋଧରେ ରହିଛନ୍ତି। ଏହା ସତ୍ତ୍ୱେ ଉଭୟ ଦଳକୁ ଦୈନିକ ୩ ଘଣ୍ଟା ଅଭ୍ୟାସ କରିବାର ସୁଯୋଗ ଦିଆଯାଉଛି।


Share It

Comments are closed.