ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ପ୍ରଦର୍ଶନ


ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳ ବର୍ତ୍ତମାନ ସିଡନୀରେ ଅଭ୍ୟାସ ମ୍ୟାଚ ଖେଳୁଛନ୍ତି । ଏଇ ଥର ମଧ୍ୟ ଅଭ୍ୟାସ ମ୍ୟାଚର ପ୍ରଥମ ଦିନ ବର୍ଷା ବାଧକ ସାଜିଥିବାବେଳେ ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲିଆ ଖେଳାଳୀଙ୍କୁ ଧୋଇ ଦେଇଛନ୍ତି । ଖେଳର ଦ୍ୱିତୀୟ ଦିନରେ ଭାରତ ୬ଟି ୱିକେଟ ହରାଇ ୩୪୮ ରନ ସଂଗ୍ରହ କରିଥିଲା, ଯେଉଁଥିରେ ଭାରତର ୫ ଜଣ ଅର୍ଦ୍ଧଶତକ ହାସଲ କରିଥିଲେ ।
ଦଳ ପକ୍ଷରୁ ଓପନିଙ୍ଗ କରିବାକୁ ଯାଇ ପୃଥିବୀ ସ ୬୬ ରନ ଏବଂ ଚେତେସ୍ୱର ପୂଜାରା ୫୪ରନର ବ୍ୟକ୍ତିଗତ ସ୍କୋର ସଂଗ୍ରହ କରିଥିଲେ । ସେପଟେ ବିରାଟ କୋହଲି ୬୪ ରନ ଓ ହନୁମା ବିହାରୀ ୫୩ରନ ଏବଂ ଆଜିଙ୍କେ ରାହାଣେ ମଧ୍ୟ ୫୬ ରନ ସଂଗ୍ରହ କରିଥିଲେ । ଏହି ଅଭ୍ୟାସ ମ୍ୟାଚରେ ଭାରତର ୫ ଜଣ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିବା ପରେ ଏଥିରୁ ସଫା ସଫା ଜଣା ପଡୁଛି ଯେ, ଭାରତର ବ୍ୟାଟିଙ୍ଗ ଲାଇନ କେତେ ସୃଦୁଢ ରହିଛି । କିନ୍ତୁ ସବୁଠାରୁ ମୁଖ୍ୟ କଥା ଏହା ଯେ, କେ ରାହୁଲ ଏହି ମ୍ୟାଚରେ ୩ରନ କରି ଆଉଟ ହୋଇଯାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ଏହା ଚିନ୍ତାର ବିଷୟ ।
ଏହି ଅଭ୍ୟାସ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କର ଜଲୱା ସମସ୍ତେ ଦେଖିସାରିଥିବାବେଳେ ଏବେ ବୋଲରଙ୍କ ଜଲୱା ଦେଖିବାକୁ ଖାଲି ବାକି ରହିଛି । ବର୍ତ୍ତମାନ ସମସ୍ତଙ୍କ ନଜର ଇଶାନ୍ତ ଶର୍ମା ଏବଂ ଭୁବନେଶ୍ୱର କୁମାରଙ୍କ ଉପରେ ରହିଛି । ଏହା ପୂର୍ବରୁ ମହମ୍ମଦ ଶାମୀ ଏବଂ ଯଶପ୍ରୀତ ବୁମାର ଟେଷ୍ଟ ସିରିଜ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଏହା ସହିତ ସମସ୍ତଙ୍କର ନଜର ଚାଇନା ମ୍ୟାନ କୁଲଦୀପ ଯାଦବଙ୍କ ଉପରେ ମଧ୍ୟ ରହିବ କାରଣ କୁଲଦୀପଙ୍କ ସ୍ପିନ ଓ ଗୁଗଲି ଯାଦୁ ଅଷ୍ଟ୍ରେଲିଆ ଖେଳାଳୀଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇପାରେ ।


Share It

Comments are closed.