୨୪ରୁ ୩୬ ଘଣ୍ଟା ମଧ୍ୟରେ ଭାରତ ଆକ୍ରମଣ କରିବାକୁ ଯାଉଛି : ପାକିସ୍ତାନ ମନ୍ତ୍ରୀ

Share It

ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ କୁ ଆକ୍ରମଣ ଭୟ ଅନୁଭବ କରିବା ଆରମ୍ଭ ହୋଇଛି ଆସନ୍ତା ୨୪ରୁ ୩୬ ଘଣ୍ଟା ମଧ୍ୟରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିପାରେ ବୋଲି ପାକିସ୍ତାନର ସୂଚନା ପ୍ରସାରଣ ମନ୍ତ୍ରୀ ଅତାଉଲ୍ଲା ତାରାର ଏପ୍ରିଲ ୨୯ ତାରିଖ ରାତି ସାଢ଼େ ୧ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। ଭାରତର ଆକ୍ରମଣ ଯୋଜନା ସମ୍ପର୍କରେ ସେମାନଙ୍କ ପାଖରେ ଠୋସ୍ ପ୍ରମାଣ ରହିଛି ବୋଲି ପାକ୍ ମନ୍ତ୍ରୀ ଅତାଉଲ୍ଲା ତାରାର କହିଛନ୍ତି। ପହଲଗାମ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା। ମନ୍ତ୍ରୀ ଅତାଉଲ୍ଲା ତାରାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ପହଲଗାମ ଘଟଣାରେ ସମ୍ପୃକ୍ତି ଥିବା ଭିତ୍ତିହୀନ ଏବଂ ମନଗଢ଼ା ଅଭିଯୋଗ ଯୋଗୁଁ ଭାରତ ଆସନ୍ତା ୨୪-୩୬ ଘଣ୍ଟା ମଧ୍ୟରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛି ବୋଲି ପାକିସ୍ତାନ ପାଖରେ ବିଶ୍ୱସନୀୟ ଗୁଇନ୍ଦା ସୂଚନା ରହିଛି।

ଭାରତ ଆକ୍ରମଣ କଲେ ପାକିସ୍ତାନ କଡ଼ା ଜବାବ ଦେବ ବୋଲି ଧମକ ଦେଇ କହିଛନ୍ତି ଅତାଉଲ୍ଲା ତାରାର। ତେବେ ପାକିସ୍ତାନ ନିଜେ ଆତଙ୍କବାଦର ଶିକାର ହୋଇଥିବା ବେଳେ ପହଲଗାମ ଆକ୍ରମଣର ଯନ୍ତ୍ରଣା ବୁଝିପାରୁଛି ବୋଲି ତାରାର କହିଛନ୍ତି। ପହଲଗାମ ଆକ୍ରମଣର ନିରପେକ୍ଷ ତଦନ୍ତ ପାଇଁ ମଧ୍ୟ ତାରାର ଦାବି କରିଛନ୍ତି।


Share It

Comments are closed.