କୋକ୍, ପେପସିକୋ, ବିସଲେରି ଇତ୍ୟାଦି ଉପରେ ୭୨ କୋଟି ଟଙ୍କାର ଜୋରିମାନା ଲାଗୁ କଲା ସିପିସିବି, ଜାଣନ୍ତୁ କ’ଣ ରହିଛି ପୁରା ମାମଲା?


କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) କୋକ୍, ପେପସିକୋ ଏବଂ ବିସଲେରୀ ଉପରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ନିଷ୍କାସନ ତଥା ସଂଗ୍ରହ ରିପୋର୍ଟ ସରକାରୀ ସଂସ୍ଥାକୁ ନଦେବା ମାମଲାରେ ଭାରୀ ଜୋରିମାନା ଲାଗୁ କରିଛି। ଏହି କମ୍ପାନୀଗୁଡିକୁ ପ୍ରାୟ ୭୨ କୋଟି ଜୋରିମାନା କରାଯାଇଛି। ସିପିସିବି ବିସଲେରୀ ଉପରେ ୧୦.୭୫ କୋଟି, ପେପସିକୋ ଇଣ୍ଡିଆ ଉପରେ ୮.୭ କୋଟି ଏବଂ କୋକାକୋଲା ପାନୀୟ ଉପରେ ୫୦.୬୬ କୋଟି ଟଙ୍କା ଜୋରିମାନା ଲଗାଇଛି।

କୋକ୍, ପେପସିକୋ ଏବଂ ବିସଲେରୀ ବ୍ୟତୀତ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳିଙ୍କୁ ମଧ୍ୟ ଜରିମାନା କରାଯାଇଛି। ପତଞ୍ଜଳିଙ୍କୁ ୧ କୋଟି ଟଙ୍କା ଜୋରିମାନା ଦେବାକୁ ପଡିବ। ଅନ୍ୟ ଏକ କମ୍ପାନୀକୁ ୮୫.୯ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ପ୍ରକାଶଥାଉ ଯେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ କ୍ଷେତ୍ରରେ, ଏକ୍ସଟେଂଡେଡ୍ ପ୍ରଡ୍ୟୁସର ରେସପନ୍ସିବିଲିଟି (EPR) ହେଉଛି ଏକ ନୀତିଗତ ପଦକ୍ଷେପ ଯାହା ଆଧାରରେ ପ୍ଲାଷ୍ଟିକ୍ ଉତ୍ପାଦନ କରୁଥିବା କମ୍ପାନୀଗୁଡିକୁ ଉତ୍ପାଦର ଡିସ୍ପୋଜାଲ ପାଇଁ ଦାୟିତ୍ବ ଗ୍ରହଣ କରିବାକୁ ପଡିବ | ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି ଯେ ସମସ୍ତ କମ୍ପାନୀକୁ ୧୫ ଦିନ ମଧ୍ୟରେ ଜରିମାନା ଦେବାକୁ ପଡିବ।

ଜାନୁଆରୀରୁ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ବିଷୟରେ କହିବାକୁ ଗଲେ ବିସଲେରୀର ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପ୍ରାୟ ୨୧ ହଜାର ୫୦୦ ଟନ୍ ହୋଇଛି। ତେଣୁ କମ୍ପାନୀକୁ ଟନ୍ ପିଛା ୫୦୦୦ ଟଙ୍କା ଜରିମାନା କରାଯାଇଛି। ପେପସିକୋ ଏବଂ କୋକାକୋଲା ଆବର୍ଜନା ଯଥାକ୍ରମେ ୧୧,୧୯୪ ଏବଂ ୪,୪୧୭ ଟନ୍ ଥିଲା |


Share It

Comments are closed.