ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ସ୍ୱଦେଶୀ କୋଭିଡ୍ ଟୀକା ପହଁଚିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର,  – ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ସ୍ୱଦେଶୀ ପ୍ରସ୍ତୁତ କୋଭିଡ଼୍ ଟୀକା ପହଁଚିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟ୍ ଜରିଆରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର କୋଭିଡ୍ ଯୁଦ୍ଧା ତଥା ୩.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ । ଏଥିପାଇଁ ଶ୍ରୀ ପ୍ରଧାନ ଓଡ଼ିଶାର ଭାଇ ଭଉଣୀଙ୍କୁ କୋଭିଡ୍‌-୧୯ର ନିୟମକୁ ପାଳନ କରିବା ସହ ଅପପ୍ରଚାରକୁ ବିଶ୍ୱାସ ନକରିବା ପାଇଁ ଅନୁରୋଧ କରିଛନ୍ତି । ଏହାସହ ବିଶ୍ୱର ସର୍ବବୃହତ ଟୀକାକରଣକୁ ସମର୍ଥନ ଦେବା ସହ ଏକାଠି ଆମେ ଏହି ଲଢେଇରେ ଜିତିପାରିବା ବୋଲି ସେ କହିଛନ୍ତି ।


Share It

Comments are closed.