ବିଶେଷଜ୍ଞଙ୍କ ଦାବୀ କରୋନାରୁ ସୁସ୍ଥ ହେବା ପରେ ଫଙ୍ଗଲ ସଂକ୍ରମଣ ହୋଇପାରେ, ଦୃଷ୍ଟିଶକ୍ତି ମଧ୍ୟ ହୋଇପାରେ ନଷ୍ଟ


ଦେଶର ରାଜଧାନୀ ନୂଆଦିଲ୍ଲୀର ପ୍ରତିଷ୍ଠିତ ସାର ଗଙ୍ଗାରାମ ହସ୍ପିଟାଲର ଡାକ୍ତର ଦାବି କରିଛନ୍ତି ଯେ କୋଭିଡ-୧୯ ରୁ ସୁସ୍ଥ ହେବାପରେ ଅନେକ ଲୋକଙ୍କୁ ଦୁର୍ଲଭ ଓ ଜୀବନ ପ୍ରତି ବିପଦ ଫଙ୍ଗଲ ସଂକ୍ରମଣ ହେଉଛି। ଅଧିକାଂଶ ଲୋକଙ୍କ ଦୃଷ୍ଟିଶକ୍ତି ନଷ୍ଟ ହେଇଯାଉଛି। ସୋମବାର ଦିନ ହସ୍ପିଟାଲ ଅଧିକାରୀ ଏହା ଦାବି କରିଛନ୍ତି। ଡାକ୍ତର ଦାବି କରିଛନ୍ତି ଯେ ହସ୍ପିଟାଲରେ ଆଖି-ନାକ-ଗଳା (ENT) ଚିକିତ୍ସକଙ୍କ ପାଖକୁ ଗତ ୧୫ ଦିନରେ ଏହିଭଳି ୧୩ଟି ମାମଲା ଆସିଛି।

ଏହା ଏକ ଚିନ୍ତାଜନକ ସମସ୍ୟା ବୋଲି ଡାକ୍ତର କହିଛନ୍ତି କିନ୍ତୁ ନୂଆ ନୁହେଁ। କୋଭିଡ୍ ଯୋଗୁଁ ହେଉଥିବା ଫଙ୍ଗଲ ସଂକ୍ରମଣ ନୂଆ କଥା ନୁହେଁ। ହସ୍ପିଟାଲ ଏକ ବୟାନରେ କହିଛି ଯେ ଗତ ୧୫ ଦିନରେ କୋଭିଡ ଯୋଗୁଁ ଫଙ୍ଗଲ ସଂକ୍ରମଣର ଶିକାର ହୋଇଥିବା ୧୩ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ୫୦ ପ୍ରତିଶତ ମାମଲାରେ ରୋଗୀଙ୍କ ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଇଛି।

କରୋନା ଭାଇରସ ଧୀରେ ଧୀରେ ଘାତକ ହେଉଛି। ବିଶେଷକରି ରାଜଧାନୀ ଦିଲ୍ଲୀରେ ଅଧିକ କରୋନା ମାମଲା ସାମ୍ନାକୁ ଆସୁଛି। ରବିବାର ଦିନ ୧୯୮୪ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। କିନ୍ତୁ ସଂକ୍ରମଣ ହାର ହ୍ରାସ ପାଇ ୨.୭୪ ପ୍ରତିଶତ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ରବିବାର ଦିନ ଦିଲ୍ଲୀରେ ୩୩ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ମୃତକଙ୍କ ସଂଖ୍ୟା ବଢି ୧୦ ହଜାର ୧୪ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଦିନେ ପୂର୍ବରୁ କୋଭିଡ-୧୯ ର ୭୨ ହଜାର ୩୩୫ ନମୁନା ଯାଞ୍ଚ ହୋଇଥିଲା ଯେଉଁଥିରେ ସଂକ୍ରମଣର ଏହି ନୂଆ ମାମଲା ଆସିଛି। ଆରଟି-ପିସିଆର ତରିକାରେ ୩୫ ହଜାର ୬୧୧ ନମୁନା ଯାଞ୍ଚ କରାଯାଇଛି।


Share It

Comments are closed.