ଦୁଇଟି ଡୋଜ ନେବା ପରେ ମଧ୍ୟ ୧୩ ମାସରେ ୩ ଥର କରୋନାରେ ଆକ୍ରାନ୍ତ ହେଲେ ଏହି ମହିଳା ଡାକ୍ତର


କରୋନାକୁ ନେଇ ଦିନକୁ ଦିନ ନୂଆ ଖବର ନଜର ଆସୁଛି । କେଉଁଠି ଟିକା ନେବା ପରେ ଲୋକଙ୍କ ଦେହରେ ଚୁମ୍ୱକୀୟ ଶକ୍ତି ଉତ୍ପନ ହେଉଛି । ଆଉ କେଉଁଠି ଅନେକ ରୋଚକ ତଥ୍ୟ ବି ଜାମିବାକୁ ମିଳୁଛି । ଏହାରି ଭିତରେ ମାୟାନଗରୀ ମୁମ୍ୱାଇରୁ ନଜର ଆସିଛି ଆଶ୍ଚର୍ଯ୍ୟକର ଘଟଣା । ୨୬ ବର୍ଷିୟା ଜଣେ ଡାକ୍ତରଙ୍କୁ ୧୩ ମାସରେ ୩ଥର ସଂକମଣର ହୋଇଛନ୍ତି ଶିକାର ।

ସେ ଭାକ୍‌ସିନ୍‌ର ଦୁଇଟି ଡୋଜ୍‌ ନେବା ପରେ ବି ହୋଇଛନ୍ତି ସଂକ୍ରମିତ । ମହିଳା ଡାକ୍ତରଙ୍କର ମାଆ , ବାପା ଓ ଭାଇ ବି ଦୁଇ ଡୋଜ୍‌ ଭାକ୍‌ସିନ୍‌ ନେବା ପରେ ଜୁଲାଇରେ ପ୍ରଥମ ଥର କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି । ପୂରା ପରିବାର ଏବେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଡାକ୍ତର ଓ ତାଙ୍କ ଭାଇଙ୍କର ସ୍ୱାବ୍‌ର ଜିନୋମ ଆନାଲିସିସ୍‌ ଚାଲୁଛି । ଏହା ଜାଣିବାକୁ ପରୀକ୍ଷା କରାଯାଉଛି କି ଏହା ଭାଇରସ୍‌ର କୌଣସି ନୂଆ ଷ୍ଟ୍ରେନ୍‌ ନୁହେଁ ତ ?

୨୬ ବର୍ଷିୟା ଡାକ୍ତର ଶ୍ରୁଷ୍ଟି ହାଲାରୀ ଗତ ୧୧ ମାସରେ ଥରେ କି ୨ଥର ନୁହେଁ ୩ଥର କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି । ଏଥିରେ ବି ଆଶ୍ଚର୍ଯ୍ୟର କଥା ଯେ, ଭାକ୍‌ସିନ୍‌ର ୨ଡୋଜ୍‌ ନେବା ପରେ ଶ୍ରୁଷ୍ଟି ୩ଥର କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି ।ମୁମ୍ୱାଇର ବୀର ସଭରକର ହସ୍ପିଟାଲରେ କୋଭିଡ୍‌ ଡ୍ୟୁଟିରେ ଥିବା ଡାକ୍ତର ଶ୍ରୁଷ୍ଟି ହାଲାରୀଙ୍କୁ ୧୭ ଜୁନ୍‌ ୨୦୨୦ରେ ପ୍ରଥମ ଥର କରୋନା ହୋଇଥିଲା , ହେଲେ ବହୁତ କମ୍‌ ଲକ୍ଷଣ ଥିଲା ।

କୋଭିଶିଲ୍‌ଡ ଟିକାର ପ୍ରଥମ ଡୋଜ୍‌ ସେ ୮ ମାର୍ଚ୍ଚରେ ନେଇଥିଲେ ଏବଂ ୨ୟ ଡୋଜ୍‌ ୨୯ ଅପ୍ରେଲ୍‌ରେ । ପୂରା ପରିବାର ସାଥି ହୋଇ ଭାକ୍ସିନେଟ୍‌ ହୋଇଥିଲେ । ହେଲେ ପାଖାପାଖି ଏକ ମାସ ପରେ ୨୯ ମଇରେ ଡାକ୍ତର ଶ୍ରୁଷ୍ଟି ପୁଣି ଥରେ କରୋନା ପଜିଟିଭ୍‌ ହୋଇଥିଲେ । ତାଙ୍କ ଠାରେ ଲକ୍ଷଣ ଥିଲା ,ହେଲେ ସେ ଘରେ ରହି ସୁସ୍ଥହୋଇଥିଲେ । ଏହି ମାମଲା ଏହି ଠାରେ ସରି ନଥିଲା । ଦେଢ଼ ମାସ ପରେ ପୁଣି ସେ ୧୧ଜୁଲାଇରେ କରୋନା ସଂକ୍ରମିତ ହେଲେ ।


Share It

Comments are closed.