ଧାନ ଫସଲର ସୁରକ୍ଷା ପାଇଁ ବିଜ୍ଞାନ ଆଧାରିତ ସମାଧାନର ବ୍ୟବହାର କରୁଛି କର୍ଟେଭା


ଭୁବନେଶ୍ୱର : ଗ୍ଲୋବାଲ ଆଗ୍ରିକଲ୍‌ଚର କମ୍ପାନୀ କର୍ଟେଭା ଆଗ୍ରିସାଇନ୍‌ସ ଧାନ ଫସଲରେ ବ୍ରାଉନ୍ ପ୍ଲାଂଟ୍ ହପର୍ସ (ବିପିଏଚ୍‌)କୁ ସକ୍ରିୟତାର ସହିତ ନିୟନ୍ତ୍ରଣ କରିବା ପାଇଁ ବିଜ୍ଞାନ-ଆଧାରିତ ସମାଧାନ ଗୁଡିକର ବ୍ୟବହାର କରୁଛି । ଚାଷୀମାନଙ୍କୁ ବିପିଏଚ୍‌ର ବିପଦକୁ ହ୍ରାସ କରିବାରେ ସାହାଯ୍ୟ କରିବା ଲାଗି କମ୍ପାନୀ ବହୁ ବର୍ଷ ଧରି ଏବଂ ହଜାର ହଜାର ଏକର ଚାଷଜମିରେ ଅନିଷ୍ଟକାରୀ କୀଟଗୁଡିକର ପ୍ରବେଶ ପଥକୁ ଅନୁସନ୍ଧାନ କରିବା ପାଇଁ ପ୍ରୟାସ ଚଳାଇଆସୁଛି । କର୍ଟେଭା ଦେଶବ୍ୟାପୀ ଗତ ୫ ବର୍ଷ ମଧ୍ୟରେ ପ୍ରତିଷେଧମୂଳକ ଯତ୍ନ ଉପରେ ଶତାଧିକ ଡେମୋ କାର୍ଯ୍ୟକାରୀ କରିଛି ଏବଂ ଗତବର୍ଷ ଭଳି କୀଟଜନିତ ଅସ୍ୱଭାବିକ ଉଚ୍ଚ ଚାପ ମଧ୍ୟରେ ବି ନିରନ୍ତର ଫଳାଫଳ ଦେଖିବାକୁ ପାଇଛି । ପ୍ରତ୍ୟକ୍ଷ କୀଟଜନିତ କ୍ଷତି ଏବଂ ହପର୍ ଦ୍ୱାରା ସଂକ୍ରମିତ ଜୀବାଣୁଜନିତ ରୋଗଗୁଡିକରୁ ଫସଲକୁ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରତିଷେଧକ ସମାଧାନ ଉପରେ ଚାଷୀମାନଙ୍କ ଶିକ୍ଷିତ କରିବା ପାଇଁ କମ୍ପାନୀ ଏହି ଅଧ୍ୟୟନର ଫଳାଫଳଗୁଡିକୁ ବ୍ୟବହାର କରୁଛି ।
ଭାରତରେ ୧୧୦ ମିଲିୟନ ଏକର ଚାଷଜମିରେ ଧାନ ଫସଲ କରାଯାଇଥାଏ, ଯେଉଁଥିରୁ ପ୍ରାୟ ୨ କୋଟି ଏକର୍ ଚାଷଜମି ହପର୍‌ଙ୍କ ଦ୍ୱାରା ବ୍ୟାପକ ରୂପେ ପ୍ରଭାବିତ ହୋଇଥାଏ । ହପର୍ ପରିଚାଳନା ଦିଗରେ ସକ୍ରିୟ ଆଭିମୁଖ୍ୟର ଅଭାବ କାରଣରୁ ପ୍ରତିବର୍ଷ ଏକର ପିଛା ପ୍ରାୟ ୩ରୁ ୪ କ୍ୱିଂଟାଲ ଚାଉଳ ନଷ୍ଟ ହୋଇଥାଏ । କ୍ଷତିର ହାର ମଧ୍ୟମ ସଂକ୍ରମିତ ଚାଷଜମିରେ ୧୦%ରୁ ଆରମ୍ଭ କରି ଅତ୍ୟଧିକ ସଂକ୍ରମିତ ଚାଷଜମିରେ ୭୦% ପର୍ଯ୍ୟନ୍ତ ହୋଇପାରେ । କର୍ଟେଭା ଗତ ୩ ବର୍ଷରେ ଓଡିଶାରେ ୨୦୦୦ ଏକର୍ ଚାଷଜମିକୁ ସୁରକ୍ଷା ଦେଇପାରିଛି । ଏସମ୍ପର୍କରେ କର୍ଟେଭା ଆଗ୍ରିସାଇନ୍ସର ମାର୍କେଟିଙ୍ଗ-ସାଉଥ୍ ଏସିଆ, ନିର୍ଦ୍ଦେଶକ ଅରୁଣା ରଚକୋଣ୍ଡା କହିଛନ୍ତି, “କର୍ଟେଭା ଆଗ୍ରିସାଇନ୍ସରେ ଆମେ ଚାଷୀମାନଙ୍କୁ ଉଦ୍ଭାବନର କେନ୍ଦ୍ରରେ ରଖିବା ପାଇଁ ପ୍ରତିବଦ୍ଧ ରହିଛୁ । କୃଷକଙ୍କୁ ପ୍ରତିଷେଧମୂଳକ ପଦକ୍ଷେପ ଉପରେ ଶିକ୍ଷିତ କରି ଆମେ କ୍ଷତିକୁ ନିୟନ୍ତ୍ରଣ କରିବା, ଅମଳ ବୃଦ୍ଧି କରିବା ଓ ସେମାନଙ୍କ ଆୟକୁ ସୁରକ୍ଷିତ ରଖିବାକୁ ଲକ୍ଷ୍ୟ ରଖିଛୁ ।” ବିପିଏଚ୍‌କୁ କ୍ଷତି ପହଂଚାଇବାର ଦୀର୍ଘଦିନର ସମସ୍ୟାକୁ ଫସଲ ଉପରେ କମ୍ପାନୀର ସଲ୍ୟୁସନ- ପେକ୍ସାଲନ୍‌ଟିଏମ୍‌ର ପ୍ରାରମ୍ଭିକ ପ୍ରୟୋଗ ମାଧ୍ୟମରେ ଦୂର କରାଯାଇପାରିବ । ପେକ୍ସାଲନ୍‌ଟିଏମ୍ ପାଇରାକ୍ସାଲ୍ଟଟିଏମ୍‌ର ଅତ୍ୟାଧୁନିକ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ଯାହା ଏକ ସ୍ୱଚ୍ଛ ଓ ସବୁଜ ଫସଲ ପାଇଁ ୨୫ ଦିନ ପର୍ଯ୍ୟନ୍ତ ନିରନ୍ତର ହପର୍ ନିୟନ୍ତ୍ରଣ ପ୍ରଦାନ କରିଥାଏ । ପେକ୍ସାଲନ୍‌ଟିଏମ୍ ହପର୍‌ଙ୍କର ସମସ୍ତ କ୍ଷତିକାରକ ଜୀବନ ପର୍ଯ୍ୟାୟକୁ ନିୟନ୍ତ୍ରଣ କରିଥାଏ ଏବଂ ଏଥିରେ ଅଣଲକ୍ଷିତ ଜୀବମାନଙ୍କ ପ୍ରତି ସୁରକ୍ଷାର ଏକ ବିଶାଳ ମାର୍ଜିନ୍ ରହିଛି । ଏହି ସମାଧାନର ସୁରକ୍ଷା କବଜ ସହିତ ଫସଲ ମାଟିରୁ ପୋଷଣତତ୍ୱ ଗ୍ରହଣ କରିପାରିଥାଏ ଓ ସ୍ୱାସ୍ଥ୍ୟକର ହୋଇପାରିଥାଏ ।


Share It

Comments are closed.