ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫୧୯ରେ ପହଞ୍ଚିଲା


ଚୀନରୁ ବ୍ୟାପିଥିବା ମହାମାରୀ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଦେଇଥିବାବେଳେ ଭାରତରେ ମଧ୍ୟ ଏହି ଭାଇରସ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ମଙ୍ଗଳବାର ଦିନ ମିଳିଥିବା ତାଜା ସୂଚନା ମୁତାବକ ଏହି ଭାଇରସ ଦ୍ୱାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୫୧୯ରେ ଆସି ପହଞ୍ଚିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ମୁତାବକ, ଭାରତରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଏହା ବର୍ତ୍ତମାନ ୫୧୯ରେ ପହଞ୍ଚିଛି । ଏଥି ମଧ୍ୟରୁ ୩୯ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବାବେଳେ ବର୍ତ୍ତମାନ ସୁଧା ୯ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଜଣା ପଡିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏମାନଙ୍କ ମଧ୍ୟରୁ ୪୩ ଜଣ ବିଦେଶ ନାଗରିକ ହୋଇଥିବାବେଳେ ବର୍ତ୍ତମାନ ସୁଧା ୯ ଜଣଙ୍କ ମୃତ୍ୟୁ ହୋଇସାରିଛି । ପଶ୍ଚିମବଙ୍ଗ ଏବଂ ହିମାଚଳ ପ୍ରଦେଶରେ ଜଣେ ଲେଖାଏଁଙ୍କ ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ଦୁଇ ଓ ବିହାର, କର୍ଣ୍ଣାଟକ, ଦିଲ୍ଲୀ, ଗୁଜୁରାଟ ଏବଂ ପଞ୍ଜାବରେ ମଧ୍ୟ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି ।


Share It

Comments are closed.