ଏହି ଜିନିଷ ଗ୍ରହଣ କରିବା ଦ୍ୱାରା ପାଖ ମାଡିବ ନାହିଁ କରୋନା, କ’ଣ ଏସବୁ ଜାଣନ୍ତୁ


କରୋନା ଭାଇରସ ସଂକ୍ରମିତଙ୍କ ମଧ୍ୟରେ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଭିଟାମିନ-ଡି ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ। ଭିଟାମିନ୍-ଡି ଏମିତି ଏକମାତ୍ର ଭିଟାମିନ ଯାହା ସୂର୍ଯ୍ୟ କିରଣରୁ ପ୍ରାପ୍ତ ହୋଇଥାଏ। ସୂର୍ଯ୍ୟ କିରଣ ଉପସ୍ଥିତିରେ ଶରୀରରେ ଭିଟାମିନ-ଡି ନିର୍ମାଣ ହୋଇଥାଏ। ଭିଟାମିନ୍-ଡି ମାନବ ଶରୀର ପାଇଁ ବହୁତ ଆବଶ୍ୟକ। ସୂର୍ଯ୍ୟ କିରଣ ସମ୍ପର୍କରେ ଆସିଲେ ଶରୀରରେ ଭିଟାମିନ୍-ଡି ନିର୍ମାଣ ହୋଇଥାଏ। କିନ୍ତୁ କିଛି ଖାଦ୍ୟ ସାମଗ୍ରୀ ବା ସପ୍ଲିମେଣ୍ଟ ଜରିଆରେ ମଧ୍ୟ ଭିଟାମିନ୍-ଡି ପ୍ରାପ୍ତ ହୋଇଥାଏ। ଭିଟାମିନ-ଡି ଯୋଗୁଁ ହାଡ ଓ ଦାନ୍ତ ମଜବୁତ ଓ ସୁସ୍ଥ ରହିଥାଏ। ଟାଇପ୍-୧ ଡାଇବେଟିସ୍ ଭଳି ଅନେକ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଭିଟାମିନ୍-ଡି କେବଳ ଏକ ଭିଟାମିନ ନୁହେଁ ବରଂ ଏକ ପ୍ରକାର ହର୍ମୋନ ମଧ୍ୟ। ଭିଟାମିନ୍ ଏମିତି ପୋଷାକ ତତ୍ତ୍ୱ ଯାହାକୁ ମାନବ ଶରୀର ନିର୍ମାଣ କରିପାରେନାହିଁ। ଦୈନନ୍ଦିନ ଜୀବନରେ ଆମେ ଏତେ ବ୍ୟସ୍ତ ହୋଇଯାଇଥାଉ ଯେ ଶରୀରରେ କେତେବେଳେ ଭିଟାମିନ କମିଯାଏ ଜାଣି ହୁଏ ନାହିଁ। କରୋନା ସଂକ୍ରମିତଙ୍କ ପାଇଁ ଭିଟାମିନ-ଡି ସେବନ ଅତ୍ୟନ୍ତ ଜରୁରୀ କାରଣ ଏହା ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ। ବିଶେଷଜ୍ଞଙ୍କ କହିବାନୁଯାୟୀ, କରୋନା ସଂକ୍ରମିତଙ୍କ ଲିଭର୍, ହୃଦୟ, ଫୁସଫୁସ୍, ମସ୍ତିସ୍କ ଓ ନର୍ଭସ୍ ସିଷ୍ଟମ୍ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ। ଶରୀରରେ ଭିଟାମିନ୍-ଡି ପର୍ଯ୍ୟାପ୍ତ ମାତ୍ରାରେ ଥିଲେ ଶରୀରର ଏହିସବୁ ଅଙ୍ଗ କରୋନା ଭାଇରସ୍ ଯୋଗୁଁ ଅଧିକ ପ୍ରଭାବିତ କରିନଥାଏ। କରୋନା ଭାଇରସ୍ ଡାଏବେଟିସ୍ ରୋଗୀଙ୍କ ପାଇଁ ଅତ୍ୟନ୍ତ ଭୟଙ୍କର। ଭିଟାମିନ୍-ଡି ଶରୀରରେ ଇନସୁଲିନ୍ ସ୍ଥରକୁ ନିୟନ୍ତ୍ରଣ କରିଥାଏ ଏବଂ ଡାଏବେଟିସ୍ ମ୍ୟାନେଜମେଣ୍ଟକୁ ସପୋର୍ଟ କରିଥାଏ। ଏହା ଫୁସଫୁସର କାର୍ଯ୍ୟ କ୍ଷମତା ଓ ହୃଦୟକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ବିଭିନ୍ନ ପୋଷାକ ତତ୍ତ୍ୱ ଓ ସୂର୍ଯ୍ୟ କିରଣ ସାହାଯ୍ୟରେ ଶରୀରରେ ଭିଟାମିନ-ଡି ସ୍ଥର ବୃଦ୍ଧି କରାଯାଇପାରିବ। ଫେଟି ଫିସ୍ ଭଳି ସାଲମନ୍ ଫିସ୍ ଓ ଟୁନା ଫିସ୍ ସେବନ ଦ୍ୱାରା ଭିଟାମିନ୍-ଡି ମାତ୍ରା ବୃଦ୍ଧି କରାଯାଇପାରିବ। ଅଣ୍ଡା କେଶର ସେବନ ଦ୍ୱାରା ମଧ୍ୟ ଶରୀରରେ ଭିଟାମିନ-ଡି ମାତ୍ରା ବୃଦ୍ଧି ପାଇଥାଏ। ତାଛଡା ଛତୁ, ପାଶ୍ଚରାଇଜ୍ଡ କ୍ଷୀର, ଶସ୍ୟ ଜାତୀୟ ଖାଦ୍ୟ ଏବଂ ଜୁସ୍ ସେବନ ଦ୍ୱାରା ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍-ଡି ମିଳିଥାଏ। ଉଚିତ ମାତ୍ରାର ଭିଟାମିନ୍-ଡି ପାଇଁ ନିୟମିତ ବ୍ୟାୟାମ କରିବା ଉଚିତ। କରୋନା ସଂକ୍ରମିତ ବ୍ୟକ୍ତି ଭିଟାମିନ୍-ଡିର ଅଭାବ ଦୂର କରିବାକୁ ପ୍ରତିଦିନ କିଛି ସମୟ ଖରାରେ ବସିବା ଉଚିତ। ଅନେକ କରୋନା ସଂକ୍ରମିତ ରୋଗୀ ଭିଟାମିନ୍-ଡି ଅଭାବକୁ ନେଇ ଭୟଭୀତ ହୋଇ ଡିପ୍ରେସନର ଶିକାର ହୋଇଥାନ୍ତି। ସେଥିପାଇଁ ଭିଟାମିନ୍-ଡି ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ।


Share It

Comments are closed.