ଏବେ ଆଣ୍ଟର୍କଟିକାରେ ବ୍ୟାପିଲା କରୋନା ସଂକ୍ରମଣ, ୩୬ ଆକ୍ରାନ୍ତ


କରୋନା ଭାଇରସ୍ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିସାରିଛି। ତେବେ ସବୁଠାରୁ ବଡ କଥା ହେଉଛି ଯେ ଆଣ୍ଟାର୍କଟିକା ମହାଦେଶରେ କରୋନା ଭାଇରସ୍ ପଶି ସାରିଛି। ସୋମବାର ଏଠାରେ କୋଭିଡ୍-୧୯ରେ କିଛି ଲୋକ ସଂକ୍ରମିତ ହୋଇଛନ୍ତି। ଚିଲ୍ଲିର ଏକ ରିସର୍ଚ୍ଚ ସେଣ୍ଟରରେ ୩୬ ଜଣଙ୍କର ରିପୋର୍ଯ ପଜିଟିଭ ବାହାରିଛି।

ଚିଲ୍ଲୀ ସ୍ଥିତ ଏକ ରିସର୍ଚ୍ଚ ସେଣ୍ଟରରେ ୩୬ ଜଣ ଲୋକଙ୍କର କରୋନା ପଜିଟିଭ ଆସିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏଠାରେ ମିଳିଥିବା ସଂକ୍ରମିତଙ୍କ ଭିତରୁ ୨୬ ଜଣ ସେନାର ଯବାନ ରହିଛନ୍ତି। ସେଭଳି ୧୦ ଜଣ ମେଟେନାଣ୍ଟ ଟିମର ଅଛନ୍ତି। ସେନାର କହିବା ଅନୁସାରେ, ସେ ଏବେ ସଂକ୍ରମିତଙ୍କୁ ଡକାଇ ନେବାର ନିଷ୍ପତ୍ତି ନେଇଛି। ଉଲ୍ଲେଖନୀୟ ଯେ, ଆଣ୍ଟାର୍କଟିକାର ବହୁ ଦେଶର ରିସର୍ଚ୍ଚର କେନ୍ଦ୍ରରେ ଅଛନ୍ତି। ସେଭଳି କରୋନା ଭାଇରସର ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକଙ୍କ ଉପରେ କଟକଣା ମଧ୍ୟ ଲଗାଯାଇଛି। ଏହି ମହାମାରୀ କାରଣରୁ ରିସର୍ଚ୍ଚ କାମରେ ଖୁବ୍ ଅସୁବିଧା ହେଉଛି।

କରୋନା ମହାମାରୀ ବ୍ୟାପିବା ପରେ ଆଣ୍ଟାର୍କଟିକାରେ ପର୍ଯ୍ୟଟନ ଉପରେ ରୋକ ଲଗାଇ ଦିଆଯାଇଥିଲା। ଅଧିକାରୀମାନେ ଲଗାତାର ମହାଦ୍ୱୀପକୁ କରୋନାରୁ ରକ୍ଷା ପାଇବାର ଚେଷ୍ଟା କରୁଥିଲେ। କୁହାଯାଉଛି ଯେ, ଗତ ୨୭ ନଭେମ୍ବରରେ ଚିଲ୍ଲୀରୁ କିଛି ଜିନିଷ ଆଣ୍ଟାର୍କଟିକାରେ ପହଁଞ୍ଚିଥିଲା। ଏହି କାରଣରୁ ସେଠାରେ କରୋନା ସଂକ୍ରମଣ ହୋଇପାରେ। ତେବେ ଚିଲିର ସେନା ସ୍ପଷ୍ଟ କରିଛି ଯେ, ଜିନିଷ ପଠାଯିବା ପୂର୍ବରୁ ସମସ୍ତ ଲୋକଙ୍କର କରୋନାର ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚରେ ସମସ୍ତ ଲୋକଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। କୁହାଯାଉଛି ଯେ, ଆଣ୍ଟାର୍କଟିକାରେ ଏହି ସବୁ ଜିନି​‌ଷ ବାହାର କରିବା ପରେ ଯେତେବେଳେ ଜାହାଜରେ ଲୋକମାନେ ଫେରିଥିଲେ, ସେତେବେଳେ କିଛି ଲୋକ କରୋନା ସଂକ୍ରମିତ ଥିବାର ଜଣାପଡିଥିଲା।


Share It

Comments are closed.