୧୯୭୭ ନୂଆ ମାମଲାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଉର୍ଦ୍ଧ୍ୱକୁ ଟପିଲା


ରାଜ୍ୟର ୩୦ ଜିଲାରୁ ଆଜି ଆଉ ୧୯୭୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ଚିହ୍ନଟ ୧୯୭୭ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪ ହଜାର ୬୩୦ ରେ ପହଞ୍ଚିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୨୪୧ କ୍ୱାରେଣ୍ଟାଇନରୁ ଥିବା ବେଳେ ୭୩୬ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୮ ଲକ୍ଷ ୭ ହଜାର ୮୨୬ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୫୪ ହଜାର ୬୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୭ ହଜାର ୯୦୦ ଜଣ ସୁସ୍ଥ ହୋଇଥିବା ବେଳେ ୩୧୪ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି ଏବଂ ୫୩ ଜଣ କରୋନା ଆକ୍ରାନ୍ତ ଅନ୍ୟରୋଗ କାରଣରୁ ମୃତ୍ୟୁବରଣ କରିଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ୧୬ ହଜାର ୩୫୩ ଜଣ ଚିକିତ୍ସିତ ହେଉଛନ୍ତି।


Share It

Comments are closed.