ଗତ ୨୪ଘଣ୍ଟାରେ ଦେଶରେ ୪୧୧୦୦ ନୂଆ ଆକ୍ରାନ୍ତ ଚିହ୍ନଟ


ଭାରତରେ କରୋନା ସଂକ୍ରମଣ ଏବେ କମିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଭାରତରେ ୪୧୧୦୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ମିଶାଇ ଦେଶରେ ୮୮,୧୪,୫୭୯ରେ ପହଞ୍ଚିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୨,୦୫,୭୨୮ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଶନିବାର ଦିନ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ତୁଳନାରେ ରବିବାର ଦିନ ଏହି ସଂଖ୍ୟା କମିଛି । ଶନିବାର ଦିନ ୪୭,୯୦୫ଚିହ୍ନଟ ହୋଇଥିବା ବେଳେ ୫୫୦ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୪୧,୧୦୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଲେ ୪୪୭ଜଣଙ୍କ ମୃତ୍ୟୁ ହୋଇଛନ୍ତି । ଯାହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୃତ୍ୟୁ ସଂଖ୍ୟା ୧.୨୯,୬୨୫ରେ ପହଞ୍ଚିଛି । ତେବେ ଦେଶରେ ଏବେ ଆକ୍ଟିଭ୍ କେସ୍‌ ୫ଲକ୍ଷ ତଳେ ରହିଛି । ଗତ ୨୪ଘଣ୍ଟା ମଧ୍ୟରେ ଆକ୍ଟିଭ୍‌ କେସ୍‌ରେ ୧୫୦୩ସଂଖ୍ୟା ହ୍ରାସ ପାଇଛି ।

ରିପୋର୍ଟ ଅନୁସାରେ ଦେଶରେ ବର୍ତ୍ତମାନ ୪,୭୯,୨୧୬ ଆକ୍ଟିଭ୍‌ କେସ ରହିଛି । ଯାହାକି ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସା ଜାରି ରହିଛି । ସେହିପରି ଦେଶରେ ମୋଟ ୮୨,୦୫,୭୨୮ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ଘଣ୍ଟାରେ ୪୨,୧୫୬ଜଣ କରୋନା ଆକ୍ରାନ୍ତ ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ।


Share It

Comments are closed.