ଭଲ ଖବର : ଗ୍ଲେନମାର୍କର ‘ଫାବିପିରାଭିର’ରେ ଶୀଘ୍ର ସୁସ୍ଥ ହେଉଛନ୍ତି ଆକ୍ରାନ୍ତ


ଔଷଧ କମ୍ପାନୀ ଗ୍ଲେନମାର୍କ ଫାର୍ମା କରୋନା ମେଡିସିନ୍ ଫାବିପିରାବିରର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସଫଳ ହୋଇଥିବା କହିଛି ।ଏହି ଟ୍ରାଏଲରେ ଆକ୍ରାନ୍ତାମାନେ ପୂର୍ବାପେକ୍ଷା ଦ୍ରୁତ ଗତିରେ ଆରୋଗ୍ୟଲାଭ କରୁଛନ୍ତି । ଦେଶର ୭ଟି ସ୍ଥାନରେ ଏହାର କ୍ଲିନିକାଲ ଟ୍ରାଏଲ କରାଯାଇଥିଲା ।

କମ୍ପାନୀ କହିଛି ଯେ, ଏହି ଟ୍ରାଏଲରେ ଭଲ ଫଳାଫଳ ଆସିଛି । ଆକ୍ରାନ୍ତମାନେ ସାଧାରଣ ଚିକିତ୍ସା ଅନୁସାରେ ଦ୍ରୁତ ଗତିରେ ସୁସ୍ଥ ହେଉଥିବା ଦେଖିବାକୁ ମିଳିଛି । ପୂର୍ବାପେକ୍ଷା ଏହା ୨୮.୬ ପ୍ରତିଶତ ଅଧିକ ଭାଇରସକୁ ନିପାତ କରିବାରେ ସକ୍ଷମ ହୋଇଛି ।

ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଆକ୍ରାନ୍ତମାନେ ଧାର୍ଯ୍ୟ ସମୟସୀମା ପୂର୍ବରୁ ଆରୋଗ୍ୟ ହେଉଥିବା ଲକ୍ଷ୍ୟ କରାଯାଉଛି । ପରୀକ୍ଷଣରେ ଫାବିପିରାବିରର ଲାଭ ଓ ଏହା କରୋନା ବିରୋଧରେ କେତେ ପ୍ରଭାବୀ ହେଉଛି ତାହା ଉପରେ ଧ୍ୟାନ ଦିଆଯାଇଥିଲା ।କ୍ଲିନିକାଲ ଟ୍ରାଏଲରେ ଆକ୍ରାନ୍ତମାନଙ୍କର ଥଣ୍ଡା, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ, ଶରୀରରେ ତାପମାତ୍ରା ବୃଦ୍ଧି ପାଉଥିବା ଆଦି କମିଥିଲା ।ଫେଭିପିରାବିରର ପ୍ରୟୋଗ ପରେ ଆକ୍ରାନ୍ତଙ୍କଠାରେ ଏସବୁ ଲକ୍ଷଣ ୩ ଦିନରେ ହ୍ରାସ ପାଇଥିଲା । ଯାହା ପୂର୍ବ ପରୀକ୍ଷଣ ତୁଳନାରେ ୪୦ ପ୍ରତିଶତ ଅଧିକ । ପରୀକ୍ଷଣରେ ୬୯.୮ ପ୍ରତିଶତ ଆକ୍ରାନ୍ତ ଚତୁର୍ଥଦିନ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ଲାଭ କରିଥିଲେ ।

ସେହିପରି ଗୁରୁତର ଆକ୍ରାନ୍ତମାନେ ଯେଉଁମାନଙ୍କୁ ଭେଣ୍ଟିଲେଟରେ ରଖାଯାଇଛି ସେମାନେ ମଧ୍ୟ ଫେଭିପିରାଭିର ବ୍ୟବହାର ପରେ ଧିରେଧିରେ ସୁସ୍ଥ ହୋଇଛନ୍ତି । ୨୬ଜଣଙ୍କଠାରେ ଏହି ପରୀକ୍ଷଣ କରାଯାଇଥିଲା ।


Share It

Comments are closed.