ଆଇପିଏଲ ପୂର୍ବରୁ ୱାଙ୍ଖଡେ ଷ୍ଟାଡିୟମର ୮ କର୍ମଚାରୀ କରୋନାରେ ଆକ୍ରାନ୍ତ


ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ ବା ଆଇପିଏଲ୍‌ର ସିଜିନ୍‌ ୧୪ ଆରମ୍ଭ ହେବାକୁ ଆଉ କମ୍‌ ଦିନ ବାକି ଅଛି । ବିଶ୍ୱର ସବୁଠାରୁ ଏହି ଚର୍ଚ୍ଚିତ ଟି-୨୦ ଲିଗ୍‌ ଭାରତର ୬ଟି ସହରରେ ଖେଳା ଯିବାକୁ ନିର୍ଦ୍ଧାରିତ ହୋଇଛି । ଚେନ୍ନାଇରେ ୯ ଏପ୍ରିଲ୍‌କୁ ମୁମ୍ୱାଇ ଇଣ୍ଡିଆନ୍ସ ଏବଂ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବାକୁ ଯାଉଛି । ଏହା ଚଳିତ ସିଜିନ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ । କିନ୍ତୁ ଦେଶରେ ବଢ଼ୁଥିବା କରୋନା ମାମଲା ଏଥିପାଇଁ ଚିନ୍ତା ବଢ଼ାଇଛି ।

ଏଥି ମଧ୍ୟରେ ଅନ୍ୟ ଏକ ଘଟଣା ଏବେ ସାମ୍ନାକୁ ଆସିଛି । ମୁମ୍ୱାଇର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ କାର୍ଯ୍ୟ କରୁଥିବା ୮ ଜଣ ଗ୍ରାଉଣ୍ଡ ଷ୍ଟାଫ୍‌ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହି ଷ୍ଟାଡିୟମ୍‌ରେ ଆଇପିଏଲ୍‌ର ୧୦ଟି ମ୍ୟାଚ୍‌ ଖେଳାଯିବ । ରିପୋର୍ଟ ମୁତାବକ ପୂର୍ବ ସପ୍ତାହରେ ୧୯ ଜଣ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କର କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୬ ତାରିଖରେ ୩ ଜଣ କରୋନା ସଂକ୍ରମିତ ହୋଇଥିଲେ । ପରେ ଏପ୍ରିଲ୍‌ ୧ ତାରିଖରେ ଆଉ ୫ ଜଣ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।

ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ହେବାକୁ ଥିବା ଆଇପିଏଲ୍‌ ମଧ୍ୟରେ ୧୦ ଅପ୍ରିଲ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ହେଲେ ଗ୍ରାଉଣ୍ଡ ଷ୍ଟାଫ୍‌ କରୋନା ପଜିଟିଭ୍‌ ବାହାରିବା ପରେ ଏବେ ବିସିସିଆଇର ଚିନ୍ତା ବଢ଼ିଯାଇଛି । ବାହାର ଲୋକଙ୍କୁ ଅନୁମତି ନଦେଇ ଏହି ମ୍ୟାଚ୍‌ ଖେଳାଯିବାକୁ ନିଷ୍ପତ୍ତି ହୋଇଛି ।

ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଆଇପିଏଲ୍‌ ସୂଚୀ-

୧୦ ଏପ୍ରିଲ୍ ସନ୍ଧ୍ୟା ୭.୩୦ – ଚେନ୍ନାଇ ସୁପର କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

୧୨ ଏପ୍ରିଲ୍ ୭.୩୦ – ରାଜସ୍ଥାନ ରୟାଲ୍ସ ବନାମ ପଞ୍ଜାବ କିଙ୍ଗ୍ସ

୧୫ ଏପ୍ରିଲ୍ ୭.୩୦- ରାଜସ୍ଥାନ ରୟାଲ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

୧୬ଏପ୍ରିଲ୍ ୭.୩୦ – ପଞ୍ଜାବ କିଙ୍ଗସ୍ ବନାମ ଚେନ୍ନାଇ ସୁପର କିଙ୍ଗ୍ସ

୧୮ ଏପ୍ରିଲ୍ ୭.୩୦ – ଦିଲ୍ଲୀ କ୍ୟାପିଟାଲ୍ସ ବନାମ ପଞ୍ଜାବ କିଙ୍ଗସ୍

୧୯ ଏପ୍ରିଲ୍ ୭.୩୦ – ଚେନ୍ନାଇ ସୁପର କିଙ୍ଗସ୍ ବନାମ ରାଜସ୍ଥାନ ରୟାଲ୍ସ

୨୧ ଏପ୍ରିଲ୍ ୭.୩୦ – କୋଲକାତା ନାଇଟ୍ ରାଇଡର୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ

୨୨ ଏପ୍ରିଲ୍ ୭.୩୦ – ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ରାଜସ୍ଥାନ ରୟାଲ୍ସ

୨୪ ଏପ୍ରିଲ୍ ୭.୩୦ – ରାଜସ୍ଥାନ ରୟାଲ୍ସ ବନାମ କୋଲକାତା ନାଇଟ୍ ରାଇଡର୍ସ

୨୫ ଏପ୍ରିଲ୍ ୩.୩୦ – ଚେନ୍ନାଇ ସୁପର କିଙ୍ଗସ୍ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର


Share It

Comments are closed.