ଦୀର୍ଘ ୧୦୨ ଦିନ ପରେ ନ୍ୟୁଜିଲାଣ୍ଡରେ ପୁଣି ସାମନାକୁ ଆସିଲା କରୋନା ଜନିତ ମାମଲା


ଦୀର୍ଘ ୧୦୨ ଦିନ ପରେ ନ୍ୟୁଜିଲାଣ୍ଡରେ ପୁଣି ନୂଆ କରୋନା ମାମଲା ସାମନାକୁ ଆସିଛି । ମିଳିଥିବା ସୂଚନା ମୁତାବକ, ଗୋଟିଏ ପରିବାରର ଚାରି ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ଥିବାର ଜଣା ପଡିଛି । ଏହି କେସ ସାମନାକୁ ଆସିବା ପରେ ପୁଣି ଥରେ ଦେଶରେ କଠୋର ଲକ୍‌ଡାଉନ ଲାଗୁ କରାଇ ଦିଆଯାଇଛି । ଏହି ପରିବାରର ସଂପର୍କରେ ଆସିଥିବା ସମସ୍ତ ଲୋକଙ୍କୁ ପୃଥକ-ପୃଥକ କରାଇ ଦିଆଯାଇଛି ।
ସାରା ବିଶ୍ୱ ବର୍ତ୍ତମାନ କରୋନା ଭାଇରସ ବିରୋଧରେ ଲଢେଇ କରୁଛି । ଏହି ମଧ୍ୟରେ ନ୍ୟୁଜିଲାଣ୍ଡ ସାରା ବିଶ୍ୱ ପାଇଁ ଉଦାହରଣ ଭାବେ ଉଭା ହୋଇଛି । ନ୍ୟୁଜିଲାଣ୍ଡ ସରକାର ମାର୍ଚ୍ଚ ଶେଷ ସୁଧା ଦେଶରେ କଠୋର ଲକଡାଉନ ଲାଗୁ କରାଇ କରୋନା ଭାଇରସ ପ୍ରଭାବକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ । ସେହି ସମୟରେ ନ୍ୟୁଜିଲାଣ୍ଡର ୧୦୦ ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏବେ ଦୀର୍ଘ ୧୦୦ ଦିନ ପୁଣି ନୂଆ ମାମଲା ନ୍ୟୁଜିଲାଣ୍ଡରେ ସାମନାକୁ ଆସିଛି ।


Share It

Comments are closed.