ଦେଶରେ ଏପର୍ଯ୍ୟନ୍ତର ରେକର୍ଡ ଭାଙ୍ଗିଲା କରୋନା, ଗତ ୨୪ ଘଂଟା ମଧ୍ୟରେ ୯୬,୫୫୧ ନୂଆ ପଜିଟିଭ ଚିହ୍ନଟ


ଲଗାତାର ଦ୍ୱିତୀୟ ଦିନ ଦେଶରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଦେଖାଦେଇଛି। କରୋନା ସଂକ୍ରମଣର ନୂଆ ମାମଲା ଶୁକ୍ରବାର ଦିନ ପୁଣି ଥରେ ସମସ୍ତ ରେକର୍ଡ ଭାଙ୍ଗିଦେଇଛି | ଶୁକ୍ରବାର ଦିନ, ୯୬,୫୫୧ ଟି ନୂଆ ମାମଲା ଚିହ୍ନଟ ହୋଇଛି। ଏହି ନୂତନ ମାମଲା ସହିତ ଦେଶରେ କୋଭିଡ-୧୮ ରୋଗୀଙ୍କ ସଂଖ୍ୟା ୪୫ ଲକ୍ଷ ୬୨ ହଜାରରୁ ଅଧିକ ହୋଇଛି। କିନ୍ତୁ ଆଶ୍ବସ୍ତିର କଥା ହେଉଛି ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ଦେଶରେ ୩୫ ଲକ୍ଷ ୪୨ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧,୨୦୯ ଜଣ ପ୍ରାଣ ହରାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭୬,୨୭୧ କୁ ବୃଦ୍ଧି ପାଇଛି | ଦେଶରେ ସଂକ୍ରମଣ ମାମଲା ୪୫,୬୨,୪୧୫ କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ ୯,୪୩,୪୮୦ ଲୋକ ଚିକିତ୍ସିତ ହେଉଛନ୍ତି ଏବଂ ଚିକିତ୍ସା ପରେ ୩୫,୪୨,୬୬୪ ଲୋକ ଏହି ରୋଗରୁ ସୁସ୍ଥ ହୋଇଛନ୍ତି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୧୦ ସୁଦ୍ଧା ସାରା ଦେଶରେ ମୋଟ ୫,୪୦,୯୭,୯୭୫ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗୁରୁବାର ଦିନ ଗୋଟିଏ ଦିନରେ ୧୧,୬୩,୫୪୨ ନମୁନା ପରୀକ୍ଷା କରାଯାଇଛି।


Share It

Comments are closed.