ଆମେରିକାରେ ପୁଣି ବଢ଼ିଲା କରୋନାର ପ୍ରକୋପ !


ସମଗ୍ର ବିଶ୍ବ ଉପରେ କରୋନା ସଂକ୍ରମଣର ପ୍ରକୋପ ଜାରି ରହିଥିବାବେଳେ ଏ ପର୍ଯ୍ୟନ୍ତ କୌଣସି କରୋନା ଟିକା ଜନସାଧାରଣଙ୍କ ପାଇଁ ଉପଲବ୍ଧ ହୋଇପାରି ନାହିଁ। ଅନ୍ୟ ପକ୍ଷରେ ସଂକ୍ରମଣର ପ୍ରଥମ ଲହରୀ ପରେ ଅନେକ ସ୍ଥାନରେ ଏହାର ଦ୍ବିତୀୟ ଲହରୀ ଆରମ୍ଭ ହୋଇଯାଇଛି। ଆମେରିକାରେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। କିଛି ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହୁଥିବା ବେଳେ ଗତ ୨୪ଘଣ୍ଟା ମଧ୍ୟରେ ଆମେରିକାରେ ସର୍ବାଧିକ ୨ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ଘଣ୍ଟାରେ ୨୦୧,୯୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ପୂର୍ବରୁ ଚିହ୍ନଟ ହେଉଥିବା ସଂକ୍ରମିତ ସଂଖ୍ୟାଠାରୁ ଢ଼େର ଅଧିକ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଆମେରିକାରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୮୩,୨୪୩ରେ ପହଞ୍ଚିଛି । ଏହା ସହ ୨୪ଘଣ୍ଟ‌ାରେ ୧୫୩୫ଜଣ ମୃତ୍ୟୁବରଣ କରିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨୩୯,୫୮୮ରେ ପହଞ୍ଚିଛି ।

ଏକ ସପ୍ତାହ ହେଲାଣି ଆମେରିକାରେ ନୂତନ ସଂକ୍ରମଣ ସଂଖ୍ୟା ପ୍ରତିଦିନ ୧୦୦,୦୦୦ ରୁ ଅଧିକ ରହୁଥିବା ବେଳେ ଆଜି ତାହା ୨ଲକ୍ଷ ପାର କରିଛି। ଏହା ସହ ସାରା ଦେଶରେ ୬୦,୦୦୦ ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।


Share It

Comments are closed.