କରୋନା କବଳରେ ଦେଶ, ତିନି ମୁଖ୍ୟମନ୍ତ୍ରୀ, ୪ ଉପ ମୁଖ୍ୟମନ୍ତ୍ରୀ, ୬ କେନ୍ଦ୍ରମନ୍ତ୍ରୀ ସମେତ ୨୦ ଜଣ ବଡ଼ ବଡ଼ ନେତା ଆକ୍ରାନ୍ତ


ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପି ଚାଲିଛି। ପୂରା ବିଶ୍ୱରେ ଆମେରିକା ପରେ ଭାରତରେ ସର୍ବାଧିକ କରୋନା ସଂକ୍ରମଣ ମାମଲା ରହିଛି। ଗତ ଏକ ସପ୍ତାହରେ ଏକ ଲକ୍ଷରୁ ଅଧିକ ଭାରତରେ ଦୈନିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଆମେରିକାରେ ଦୈନିକ ୭ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି।

ଏହାରିଭିତରେ ଭାରତରେ କରୋନାର ଶିକାର ହୋଇଛନ୍ତି ବଡ଼ ବଡ଼ ରାଜ ନେତା। ଦେଶରେ ଗତ ୧୦ ଦିନ ଭିତରେ ୨୦ ଜଣ ବଡ଼ ବଡ଼ ରାଜନେତା କରୋନା ପଜିଟିଭ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ଦୁଇଟି ରାଜ୍ୟର ତିନି ଜଣ ଉପମୁଖ୍ୟମନ୍ତ୍ରୀ, ପାଞ୍ଚ ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ସାମିଲ ରହିଛନ୍ତି।

ପ୍ରଥମେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ସଂକ୍ରମିତ ହୋଇଥିଲେ ଏବେ ସେ ସୁସ୍ଥ ହୋଇଛନ୍ତି। ଏହାପରେ କରୋନାରେ ସଂକ୍ରମିତ ହୋଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ। ସେହିଭଳି ଡେପୁଟି ସିଏମ ମାନଙ୍କ ମଧ୍ୟରେ ବିହାର ଉପ ମୁଖ୍ୟମନ୍ତ୍ରୀ ରେଣୁ ଦେବୀ ଓ ତାରକିଶୋର ପ୍ରଶାଦ, ଗୋଆ ଡେପୁଟି ସିଏମ ମନୋଗର ଅଜଙ୍ଗାୱକର ଓ ହରିଆଣା ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା।

କେନ୍ଦ୍ରମନ୍ତ୍ରୀମାନଙ୍କ ମଧ୍ୟରେ ରହିଛନ୍ତି, ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ, ରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରୀୟ ରାଜ୍ୟ ରକ୍ଷା ମନ୍ତ୍ରୀ ଅଜୟ ଭଟ୍ଟ, କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ, କେନଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଭାରତୀ ପାୱାର ଓ କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ଚୈବେ କରୋନା ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ମହେନ୍ଦ୍ର ନାଥ ପାଣ୍ଡେ କରୋନାରୁ ସୁସ୍ଥ ହୋଇଛନ୍ତି।

ଗତ ୧୦ ଦିନ ଭିତରେ ବିଜେପିର ବଡ଼ ବଡ଼ ନେତାମାନେ ମଧ୍ୟ କରୋନା ସଂକ୍ରିତ ହୋଇଛନ୍ତି। ବିଜେଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସାଂସଦ ମନୋଜ ତିୱାରୀ, ସାଂସଦ ବରୁଣ ଗାନ୍ଧୀ, ଉତ୍ତର ପ୍ରଦେଶ ବିଜେପି ପ୍ରଭାରୀ ରାଧା ମୋହନ ସିଂହ, ସାଉଥ ଷ୍ଟାର ତଥା ବିଜେପି ନେତ୍ରୀ ଖୁସବୁ ସୁନ୍ଦର ଓ ବିଜେପି ନେତା ପଙ୍କଜା ମୁଣ୍ଡେ କରୋନା ସଂକ୍ରମିତ ହୋଇଉଛନ୍ତି।

ଅନ୍ୟପଟେ କଂଗ୍ରେସର ଦୁଇଜଣ ବଡ଼ ନେତା ମଧ୍ୟ କରୋନା ସଂକ୍ରମତ ହୋଇଛନ୍ତି। କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ଓ ପ୍ରବକ୍ତା ରଣଦୀପ ସୁରଜେୱାଲା ଏବଂ କଂଗ୍ରେସ ସାଂସଦ ଦିପେନ୍ଦ୍ର ହୁଡ୍ଡା।


Share It

Comments are closed.