ଦେଶରେ ୩୪ ଲକ୍ଷ ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଗତ ୨୪ ଘଣ୍ଟା ମଧ୍ୟରେ ୭୬୪୭୨ ଟି ନୂଆ ମାମଲା


ଭାରତରେ କୋଭିଡ-୧୯ ମାମଲା ୩୪ ଲକ୍ଷ ଅତିକ୍ରମ କରିଛି। ଶନିବାର ଦିନ ପୁଣି ଥରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଦେଖାଦେଇଛି। ଶନିବାର ଦିନ ଗୋଟିଏ ଦିନରେ ୭୬,୪୭୨ ଟି ନୂଆ ମାମଲା ଚିହ୍ନଟ ହୋଇଥିଲା। କିନ୍ତୁ ଭଲ କଥା ହେଉଛି ସଂକ୍ରମଣରୁ ସୁସ୍ଥ ଲୋକଙ୍କ ସଂଖ୍ୟା ୨୬ ଲକ୍ଷକୁ ବୃଦ୍ଧି ପାଇଛି ଏବଂ ପରୀକ୍ଷଣ ମଧ୍ୟ ବୃଦ୍ଧି ପାଇଛି।

ଶନିବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧,୦୨୧ ଜଣଙ୍କ ମୃତ୍ୟୁ ହେବା ସହିତ ମୃତ୍ୟୁ ସଂଖ୍ୟା ୬୨,୫୫୦ କୁ ବୃଦ୍ଧି ପାଇଛି | ଦେଶରେ ସଂକ୍ରମଣ ମାମଲା ୩୪,୬୩,୯୭୩ କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ ୭,୫୨,୪୨୪ ଲୋକ ଚିକିତ୍ସିତ ହେଉଛନ୍ତି ଏବଂ ୨୬,୪୮,୯୯୯ ଲୋକ ଚିକିତ୍ସା ପରେ ଏହି ରୋଗରୁ ସୁସ୍ଥ ହୋଇଛନ୍ତି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଅଗଷ୍ଟ ୨୮ ତାରିଖ ସୁଦ୍ଧା ସାରା ଦେଶରେ ୪,୦୪,୦୬,୬୦୯ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଶୁକ୍ରବାର ଦିନ ଗୋଟିଏ ଦିନରେ କେବଳ ୯,୨୮,୭୬୧ ନମୁନା ପରୀକ୍ଷା କରାଯାଇଛି।


Share It

Comments are closed.